କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

କଲମପୁର/କ୍ରାନ୍ତି କ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରଶାସନ ପକ୍ଷରୁ ଦେଶପ୍ରେମ ଓ ଜାତୀୟ ଭାବନାକୁ ବଜାୟ ରଖିବା ଲକ୍ଷ୍ୟରେ ଶୁକ୍ରବାର ହରଘର ତ୍ରୀରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ପଟୁଆର ବାହାରି ହାତରେ ତ୍ରିରଙ୍ଗା ପତାକା ଧରି ନଗର ପରିକ୍ରମା କରିଥିଲେ, କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବିପିଏମ ରିଜାଆନୁସ ଏକ୍କା ପରିଚାଳନା କରିଥିବା ବେଳେ ଏଥିରେ ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ, ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ସ୍ମରଣିକା ତୁଳ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଡଙ୍ଗୀ, ବିଇଓ ବାଞ୍ଛାନିଧି ପଣ୍ଡା, ଏସଆଇ ଶିବ ଶଙ୍କର ମହାନ୍ତି, ସିଡ଼ିପିଓ ନିର୍ବାସିନୀ ଦେଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀ ତଥା କଲମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଗ୍ରୀନ ଭ୍ୟାଲି ଇଂଲିଶ ମିଡିୟମ ସ୍କୁଲ, ଅମୋହମଣୀ +୨ମହାବିଦ୍ୟାଳୟ , କସ୍ତୁରୀକା ମୋଦିନୀ ଦେବୀ ଡିଗ୍ରୀ କଲେଜର ସତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ବ୍ଲକ ପରିସରରୁ ଏହି ଶୋଭାଯାତ୍ରା ବାହାରି କାଳୀକୃଷ୍ଣ ମନ୍ଦିର ପଥଦେଇ ମାଉସୀ ମାଁ ଛକ ଓ ସେଠାରୁ ତାରିଣୀ ମାଁଙ୍କ ଛକ ପର୍ଯ୍ୟନ୍ତ ଯାଇ ପୁନଶ୍ଚ ବ୍ଲକ ପରିସରକୁ ଫେରି ଆସିଥିଲେ, ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ସ୍ଳୋଗାନ ଦେଇ ଜନ ସଚେତନତା କରିବା ସହିତ ଅଖଣ୍ଡ ଦେଶକୁ ଏକତା ଡୋରିରେ ବାନ୍ଧି ରଖିବାର ଏହା ହେଉଛି ପ୍ରୟାସ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ, ଶୋଭାଯାତ୍ରାଟି ଦେଶଭକ୍ତି ନାରାରେ ପ୍ରକମ୍ପିତ ହୋଇଉଠିଥିଲା, ଏଥିରେ ବିଭିନ୍ନ ବିଦ୍ୟାଳୟ ମାନଙ୍କର ଶିକ୍ଷୟିତ୍ରୀ ଶିକ୍ଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା,ମିଶନ ଶକ୍ତିର ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ, ସିଆରପି , ଏମ୍ୱିକେ, ନିର୍ବାଚିତ ଜନ ପ୍ରତିନିଧି, ସମାଜସେବୀ ସମେତ ସ୍ଥାନୀୟ ଲୋକେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *