ଗୁରୁ ଦିବସ ପାଇଁ ପ୍ରାଥମିକ ଶିକ୍ଷକ ସଂଘର ପ୍ରସ୍ତୁତି ବୈଠକ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ଆମପାଣି ସ୍ଥିତ ଡାକବଙ୍ଗଳା ପରିସରରେ ପ୍ରାଥମିକ ଶିକ୍ଷକ ସଂଘ (ମିଳିତ) ପକ୍ଷରୁ ଆଗାମୀ ଗୁରୁ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଚନ୍ଦ୍ର ମୋହନ ପୁଝାରୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ମାସ ୫ ତାରିଖରେ ହେବାକୁ ଥିବା ଗୁରୁ ଦିବସ ଉତ୍ସବକୁ କୋକସରା ବ୍ଲକ ସଦର ମହକୁମା ସ୍ଥିତ ଧାନ ମଣ୍ଡିଠାରେ ଜାକଜମକରେ ପାଳନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମର ସଫଳ ରୂପରେଖ ଓ ସୁଚାରୁ ପରିଚାଳନା ନେଇ ବୈଠକରେ ବ୍ୟାପକ ଆଲୋଚନା କରାଯିବା ସହ ଶିକ୍ଷକ ସଂଘର ସାଂଗଠନିକ ମଜବୁତି ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏଥି ସହିତ ଗୁରୁ ଦିବସ ପାଳନ କମିଟି ଗଠନ କରାଯାଇ, ମହାଆଡମ୍ବରରେ ପାଳନ କରିବା ପାଇଁ ବ୍ଳକର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଆହ୍ବାନ ହେଇଥିଲେ। ଏହି ବୈଠକରେ ସଂଘର ଉପଦେଷ୍ଟା ଶିକ୍ଷକ ବୈକୁଣ୍ଠ ଜାଲ, ସାଂଗଠନିକ ସମ୍ପାଦକ ଇଶ୍ଵରୀ ପ୍ରସାଦ ଅଗସ୍ତି, ଏମ୍ ଏନ୍ ପଦ୍ମଲୋଚନ ସାହୁ, ସହ ସମ୍ପଦକ ମାର୍ଗୁଣିଆ ନାଗ, ସନାତନ ପତିହାରୀ, ପ୍ରମୋଦ କୁମାର ପୁରୋହିତ, ସନାତନ ପଣ୍ଡା, ସତ୍ୟନାରାୟଣ ଗୋପାଳ, କେଦାର ନାଏକ ସମେତ ସଂଘର ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ଓ ଶିକ୍ଷକମାନେ ଉପସ୍ଥିତ ଥିଲେ। ଶେଷରେ ସଂଘର ସମ୍ପାଦକ ବେଣୁଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *