କଲମପୁରର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧିନତା ଦିବସ ପାଳିତ

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳର ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ୮୦ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସବୁଠି ବନ୍ଦେ ମାତରଂ ଗାନ ପରେ ପତାକା ଉତ୍ତୋଳନ କରାଯାଇଥିଲା। କଲମପୁର ବ୍ଲକ ପରିସରରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଉପସ୍ଥିତରେ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଥାନାରେ ଥାନା ଅଧିକାରୀ ସୁନିଲୋ କଣ୍ଡାଗୋରି, ଆଇସିଡିଏସରେ ସିଡ଼ିପିଓ ନିର୍ବାସିନୀ ଦେଇ, ପଞ୍ଚାୟତରେ ସରପଞ୍ଚ ସୁର୍ଯ୍ୟକାନ୍ତି ପଣ୍ଡା, ଡିଏମ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଅଶ୍ବିନୀ କୁମାର ମୁଣ୍ଡ, ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦେବରାଜ ବେମାଲ, ପେକ୍ସରେ ସଭାପତି ଶଙ୍କର୍ଷଣ ବେହେରା, +୩ କଲେଜରେ ଭୂଗୋଳ ଅଧ୍ୟାପକ ଧରଣୀଧର ପୁଝାରୀ, +୨ କଲେଜରେ ପ୍ରିନ୍ସିପାଳ ଡୁଲେଶ୍ବର ମାଝୀ, କଲମପୁର ବଜାର ପ୍ରାଙ୍ଗଣରେ ଥିବା ଆମ୍ବେଡକର ପ୍ରତିମୂର୍ତ୍ତି ଠାରେ ସଭାପତି ବଳରାମ ଦୁର୍ଗା, ଲଖିରାମ ଫୁଏଲରେ ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବିଇଓ ବାଞ୍ଛାନିଧି ପଣ୍ଡା, ସିଏଚସିରେ ଡାକ୍ତର ଜ୍ୟୋତିକୃଷ୍ଣ ମାଝୀ ପ୍ରମୁଖ ତ୍ରୀରଙ୍ଗା ପତାକା ଉତ୍ତୋଳନ ସହିତ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ବ୍ଲକ ସମସ୍ତ ସ୍କୁଲ ତଥା କ୍ଳବ୍ ମାନଙ୍କରେ ୮୦ତମ ସ୍ବାଧିନତା ଦିବସ ପାଳନ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *