ଦାରିଙ୍ଗବାଡ଼ି/କ୍ରାନ୍ତିକ୍ଷତ୍ର : ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଲଗାଣ ବର୍ଷା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଖୁବ ଆନନ୍ଦ ଉତ୍ସାହର ସହିତ ଏହି ଦିବସ କୁ ପାଳନ କରାଯାଇଛି। ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ରେ ବ୍ଲକ୍ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପତାକା ଉତ୍ତୋଳନ କରିଥିଲେ। ବ୍ଲକ୍ ର ସିମନବାଡ଼ି ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ମହା ବିଦ୍ୟାଳୟରେ ମଧ୍ଯ ଖୁବ୍ ଉତ୍ସାହର ସହିତ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଛି। ମହା ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସେହିଭଳି ସମ୍ମାନିତ ଅତିଥି ଭାବରେ ସିମନବାଡ଼ି ସିଆରସିସି ଶିବ ଶଙ୍କର ସାହୁ, ସିମନବାଡ଼ି ରାଜସ୍ୱ ନିରୀକ୍ଷକ ଚାନ୍ଦିନୀ ଦିଗାଲ, ସିମନବାଡ଼ି ଫରେଷ୍ଟର ବନିତା ପ୍ରଧାନ, ଗଣମାଧ୍ୟମ ପ୍ରତିନିଧି ଅରୁଣ କୁମାର୍ ସାହୁ ରାକେଶ କୁମାର ସାହୁ ମଞ୍ଚାସିନ ରହିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଯାକବ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ବନ୍ଦେ ମାତରଂ ସଙ୍ଗୀତ ଗାନ କରିବା ପରେ ଜନ ମନ ଗଣ ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ମାନେ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବାବଦରେ କହିବା ସହିତ ଦେଶ ସ୍ୱାଧନତାର ବିର ମାନଙ୍କ ସ୍ମୃତି ଚାରଣ କରିଥିଲେ। ଏହାପରେ ମହା ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥୀ ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟାପକ ରଜନୀ କାନ୍ତ ବଳିଆର ସିଂ, କୁମୁଦ ଚନ୍ଦ୍ର ନାୟକ ଓ ଅଧ୍ୟାପିକା ମଧୁସ୍ମିତା ମହାପାତ୍ର ଓ ମହାବିଦ୍ୟାଳୟ ର ପରିଚାଲନା କମିଟି ର ସଦସ୍ୟ ମାନେ ସହଯୋଗ କରିଥିଲେ। ବ୍ଲକ୍ ର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଅନୁଷ୍ଠାନ ଗୁଡ଼ିକରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି।
