ଚଚା ପଞ୍ଚାୟତରେ ସ୍ୱତନ୍ତ୍ର ଭୋଟର ଶୁଣାଣି ଶିବିର, ୪୯୧ ଅଭିଯୋଗର ଶୁଣାଣି

ଝରିଗାଁ/କ୍ରାନ୍ତିକ୍ଷେତ୍ର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭୋଟର ତାଲିକା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଉପରେ ଶୁଣାଣି କରାଯାଇଥିଲା। ଶିବିରରେ ଝରିଗାଁ ତହସିଲଦାର ତଥା ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସୁମନ୍ତ କୁମାର ପାତ୍ର, ସୁପରଭାଇଜର ବ୍ରଜକିଶୋର ଦଳେଇଙ୍କ ସହ ବିଏଲଓ ସୁରେନ୍ଦ୍ର ମାଝୀ, ଲଛମନ ହରିଜନ, ସୁଶାନ୍ତ କୁମାର ସେନାପତି, ବନମାଳି ଡାଙ୍ଗ ଓ ରାଜୀବ ମିର୍ଧା ପ୍ରମୁଖ ଉପସ୍ଥିତ ରହି ଭୋଟରମାନଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଶିବିରରେ ଚଚାରେ ୨୩୩ଟି, ଥଟାବେଡ଼ାରେ ୧୭୧ଟି ଓ ଗୋବାଗୁଡ଼ାରେ ୮୭ଟି, ଏଭଳି ମୋଟ ୪୯୧ଟି ଭୋଟର ଅଭିଯୋଗର ଶୁଣାଣି କରାଯାଇଥିଲା। ନିଜ ଅଞ୍ଚଳରେ ଭୋଟର ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସୁଯୋଗ ମିଳିଥିବାରୁ ଭୋଟରମାନେ ଖୁସି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *