ରାୟଗଡା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ କୁମାର ସେନାପତି) : ରାୟଗଡା ପୁଲିସ କୁ ମିଳିଛି ବଡ ଧରଣର ସଫଳତା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୁଲିସ ୧୨ଜଣ ଲୁଟେରାକୁ ଗିରଫ କରିଛି। ସେମାନଙ୍କ ଠାରୁ ପୁଲିସ ୩ଟି ଦାମି କାର ସହ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୫୮୧ ଗ୍ରାମ ରୂପା, ୧୨ଟି ମୋବାଇଲ ଫୋନ, ବୁଲେଟ୍ ମଟସାଇକୋଲ ସହ ଘରୋଇ ସାମଗ୍ରୀ ଜବତ କରାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡାର ଏସପି ରାଜ୍ ପ୍ରସାଦ। ଗିରଫ୍ ହୋଇଥିବା ସମସ୍ତ ଅଭିଯୁକ୍ତ କାଶୀପୁର, କଲ୍ଯାଣସିଂହପୁର, କୋଲନରା ଓ ରାୟଗଡା ଥାନା ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। ଘର ଖାଲିଥିବାର ସୁଯୋଗ ନେଇ ଏହି ଅଭିଯୁକ୍ତ ମାନେ ପ୍ରଥମେ ସିସିଟିଭି କୁ ଅଚଳ କରିବା ସହ ଲୁଟପାଟ୍ କରୁଥିଲେ। ଏଥିପାଇଁ ଏକ ଟିମ୍ ଗଠନ କରିବା ସହ ସାଇବର ଏକ୍ସପାର୍ଟଙ୍କ ସହାୟତା ନେଇ ପୁଲିସ ଗିରଫ୍ କରିଥିବା ସୂଚନା ଦେଇଛି। ଚୋରି ହୋଇଥିଲା ବା ସୁନା ଅଳଙ୍କାର କୁ ତରଳେଇ ଅଭିଯୁକ୍ତ ମାନେ ବିଭିନ୍ନ ଗୋଲ୍ଡ କମ୍ପାନୀ ରୁ ଲୋନ୍ ନେଇଥିଲେ। ତେବେ ଆଗାମୀ ଦିନରେ ଅନ୍ଯ ଲୁଟେରା ମାନଙ୍କୁ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି।
