କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଶିବ ମନ୍ଦିର ପରିସରରେ ହିନ୍ଦୁ ମହାସଂଘ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ମହେଶ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଗଠନର ଅନେକ ବରିଷ୍ଠ କର୍ମକର୍ତ୍ତା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ରାଷ୍ଟ୍ରୀୟ ପ୍ରବକ୍ତା ଡମ୍ବରୁଧର ମହାଲିକ ଏବଂ କେନ୍ଦ୍ରୀୟ ମାର୍ଗଦର୍ଶକ କାର୍ତ୍ତିକ ଦାସ ଉପସ୍ଥିତ ରହି ସଂଗଠନର ବିଗତ ଦିନର କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ସଂଗଠନକୁ ପହଞ୍ଚାଇ ସୁଦୃଢ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏତଦ୍ବ୍ୟତୀତ ଗୋ ସୁରକ୍ଷା, ଭାରତକୁ ଅଖଣ୍ଡ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଏବଂ ହିନ୍ଦୁ ମଠ-ମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ କୋଦଣ୍ଡ ଦାସ, ଧରମ ରାଉତ ଜନ୍ମଜୟ ଦାସ, ବାବୁ ସାହୁ, ନବୀନ ଖର୍ସେଲ, କମ୍ବୁସିଂ ପୁଞ୍ଜି, ମକର ଭାଟି, ମୁକେଶ ସାହୁ ସତ୍ୟ ପଟେଲ ଓ ଅନ୍ୟାନ୍ୟ ଜିଲ୍ଲା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
