ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ଖୁଣ୍ଟିଗୋରା ଡାକ୍ତରଖାନା ପରିଦର୍ଶନ

କଣ୍ଟାମାଳ/କ୍ରାନ୍ତିକ୍ଷେତ୍ର (ମନଧରକର୍ମୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନେତୃତ୍ୱରେ ଖୁଣ୍ଟିଗୋରା ଡାକ୍ତରଖାନା ପରିଦର୍ଶନ କରିଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା, ଡାକ୍ତରଖାନାର କାର୍ଯ୍ୟପ୍ରଣାଳୀ ଏବଂ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପ୍ରାଥମିକ ଜ୍ଞାନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପରିଦର୍ଶନର ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଜାଣିଥିଲେ ଡାକ୍ତରଖାନାରେ ରୋଗୀଙ୍କୁ କିପରି ପରୀକ୍ଷା କରାଯାଏ, ଔଷଧ କିପରି ଦିଆଯାଏ ଏବଂ ସ୍ୱାସ୍ଥ୍ୟ ସେବାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା କ’ଣ ରହିଛି, ସେନେଇ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ପାଇଥିଲେ। ଏଥିସହ ସୁସ୍ଥ ରହିବା ପାଇଁ ପରିଷ୍କାର-ପରିଚ୍ଛନ୍ନତା, ହାତ ଧୋଇବା, ସୁସ୍ଥ ଖାଦ୍ୟ ଗ୍ରହଣ ଓ ନିୟମିତ ସ୍ୱାସ୍ଥ୍ୟ ଯତ୍ନର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

Leave a Reply

Your email address will not be published. Required fields are marked *