କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଶୀ ହାତରନ୍ଧା ମଦ ଓ ଗୋଟିଏ ମୋଟରସାଇକେଲ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଅରୁଣ କୁମାର ଯୋଷୀଙ୍କ ନେତୃତ୍ୱରେ ଅବକାରୀ ଟିମ୍ ଖଲିଗଡ଼, ଡେଙ୍ଗାଗୁଡ଼ା ଓ କୁଳେରଗୁଡ଼ା ଆଦି ଗ୍ରାମରେ ଚଢ଼ାଉ କରିଥିଲେ। ଏହି ସମୟରେ ଖଲିଗଡ଼ ନୂଆପଡ଼ାର ଜୟରାମ ମାଝୀ (୪୦)ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଏବଂ କୁଳେରଗୁଡ଼ା ଗ୍ରାମର କମଲନାଥ ମାଝୀ (୨୭)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା। ଏହି ସମୟରେ ଧର୍ମଗଡ଼ ତହସିଲଦାର ସମ୍ପଦ ମାଝୀ ମାଜିଷ୍ଟ୍ରେଟ ଦାୟିତ୍ବରେ ଉପସ୍ଥିତ ରହିଥିବାବେଳେ ଚଢ଼ାଉରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଶ୍ରୀ ଯୋଷୀଙ୍କ ସମେତ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପଟେଲ, କନେଷ୍ଟବଳ ଖୁସିଦେବ କଟା, ମହାଦେବ ମାଝୀ ଓ ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ଥିଲେ।
