ଖଲିଗଡରେ ସମ୍ପନ୍ନ ହେଲା ମା’ ପାଟରାଣୀଙ୍କ ଯାତ୍ରା : ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଦେବୀ ଆରାଧନା

କୋକସରା/କ୍ରାନ୍ତିକ୍ଷେତ୍ର : ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଦେବାଦେବୀଙ୍କ ପ୍ରତି ଲୋକଙ୍କର ରହିଛି ଅପୂର୍ବ ଭକ୍ତି ଓ ପ୍ରଗାଢ଼ ବିଶ୍ୱାସ। ଚାଷକାର୍ଯ୍ୟ ପ୍ରଥମ ପର୍ବ ‘ବିହନ ଛିନା’ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଏଠାରେ ବିଭିନ୍ନ କୃଷି ଭିତ୍ତିକ ପର୍ବପର୍ବାଣି ପାଳିତ ହୋଇଥାଏ। ଏହି କ୍ରମରେ କୋକସରା ବ୍ଲକ୍ ଡୁଡୁକାଠେଙ୍ଗା ପଞ୍ଚାୟତର ଅଦିବାସୀ ବହୁଳ  ଖଲିଗଡ଼ ଗ୍ରାମରେ ଗାଁର ଶାନ୍ତି, ମଙ୍ଗଳ, ଉତ୍ତମ ବର୍ଷା ଓ ଭଲ  ସଫଳ ହେବା ଆଶା ନେଇ ପାଳିତ ହୋଇଯାଇଛି ମା’ ପାଟରାଣୀଙ୍କ ଯାତ୍ରା। ପରମ୍ପରା ଅନୁଯାୟୀ, ଏହି ଯାତ୍ରା ପ୍ରତିବର୍ଷ ଶ୍ରାବଣ ମାସର ଶେଷ ସୋମବାର ଦିନ ଅନୁଷ୍ଠିତ ହୋଇଥାଏ। ମଙ୍ଗଳବାର ସକାଳୁ ଗ୍ରାମବାସୀ ଶ୍ରଦ୍ଧାର ସହ ମନ୍ଦିର ଅଭିମୁଖେ ବାହାରି ପୂଜାର୍ଚ୍ଚନାରେ ଭାଗ ନେଇଥିଲେ। ମା’ ପାଟରାଣୀଙ୍କ ସମେତ ଦେବୀ କପାଟଦରେନ୍, କୋଲାଜାନୀ, କଲାକଆଁର, ବାଆଦୀ କଆଁର, ସାତ ଭଉଣୀ ଓ ଜଳ କାମହିନି ଆଦି ଦେବାଦେବୀଙ୍କଠାରେ ବିଶେଷ ପୂଜାର୍ଚ୍ଚନା କରାଯାଥିଲା। ଏହାପରେ ଦେବାଦେବୀଙ୍କୁ ତେଲ ହଲଦି ଅର୍ପଣ କରାଯାଇଥିଲା। ପରେ ଦେବାଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ପ୍ରଦାନ କରାଯାଇ ଗାଁର ମଙ୍ଗଳ ଓ ଭଲ ବର୍ଷା ପାଇଁ ଆରାଧନା କରାଯାଇଥିଲା। ଏହି ଦେବ ପୂଜାକୁ ପୂଜକ ମାନସିଂ ପୁଝାରୀ ଓ ଧନେଶ୍ୱର ପୁଝାରୀ, ଶିରା ନରସିଂ ଚଲାନ ଓ ନବେ ମାଝୀ ସମ୍ପାଦନ କରିଥିଲେ। କୃଷି ଭିତ୍ତିକ ଏହି ପର୍ବର ଗୌନ୍ତିଆ  ଗୋବର ମାଝୀ, ଗଣା ଖଗେଶ୍ଵର ମହାନନ୍ଦ, ସେବକ ରାମସିଂ ବାଗ, ଭିବିଷଣ ନାଏକ ଓ ଭୁବନେ ଲଦୂଆଙ୍କ ସମେତ ପରିଚାଳନା କମିଟିର ପଦୁ ନାଏକ, ପଦ୍ମନ ଚଳାନ, ବିରେନ କନ୍ଧ, ବନୁ ମାଝୀ, ସୁକଚନ୍‌ ମାଝୀ, ତ୍ରିନାଥ ପୁଝାରୀ, ପୁରୁନ୍ କନ୍ଧ, ଜଗନ୍ନାଥ ପୁଝାରୀ, ଜୟସିଂଙ୍ଗ ମାଝୀ, ଅମୃରୁ ମାଝୀ, ଧର୍ମୁ ମାଝୀ, କୁମ ମାଝୀ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *