ପାପଡ଼ାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ସରକାର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରି ଲୋକଙ୍କୁ ସୁବିଧା ଯୋଗାଇ ଆସୁଛନ୍ତି ଳ। ହେଲେ କିଛି ଦାୟିତ୍ୱହୀନ ସରକାରୀ କର୍ମଚାରୀଙ୍କ ମନମୁଖୀ ଶାସନ ଲାଗି ଅନେକ ସମସ୍ୟା ଉପୁଜୁଥିବା ଦେଖିବାର ମିଳିଛି। ତେବେ ଶବ ସତ୍କାର ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ମଇଦଲପୁର ଠାରେ ଥିବା ଘାଷିସାହି ବାସିନ୍ଦା, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଅନାବଶ୍ୟକ ସ୍ଥାନ ଯଥା ଘାଷିମଶାଣିର ଚାରିପଟେ ମେସିନୀ ସାହାଯ୍ୟରେ ଖାଲଖୋଳି ଛାଡିଦେଲେ ମଶାଣିକୁ ଯିବାକୁ ରାସ୍ତା ମଧ୍ୟ ଛାଡିଲେ ନାଇଁ ଯାହାଫଳରେ ଶବବୋହିକି ଉକ୍ତ ଖାଲକୁ ପାରହୋଇ ଯିବାକୁ ବହୁତ ମୁସ୍କିଲ ହୋଇପଡିଛି। ବର୍ଷା ଦିନେ ବଡ଼ବଡ଼ ଖାଲ କୁ ଅଣ୍ଟାଏ ପାଣି ୩ରୁ ୫ଫୁଟ ଅସାର ଓ ୩ରୁ ୫ଫୁଟ ଗଭୀର, ଏଭଳି ରାସ୍ତାରେ ଶବବୋହି କେଉଁଭଳି ପରିସ୍ଥିତିରେ ଉକ୍ତ ଖାଲପାର ହେବେ ଚିନ୍ତାର ବିଷୟ ପାଲଟିଛି। ଗତକାଲି ଜଣେବ୍ୟକ୍ତିଙ୍କ ମୃତ୍ୟୁପରେ ମଶାଣିର ଏଭଳି ଦୃଶ୍ୟପରେ ବହୁତ ଅସୁବିଧାର ସମ୍ମୁଖୀନ ପରେ ଶବସତ୍କାର ହୋଇଥିଲା। ପୂର୍ବରୁମଧ୍ୟ ଏଭଳି ଘଟଣା ଘଟିବାପରେ ଅନେକ ଖବର କାଗଜରେ ପ୍ରକାଶ ପାଇଥିଲା କିନ୍ତୁ ଖବର ପ୍ରସାରଣ ପରେ ବି ପ୍ରଶାସନର ଚେତା ପସିଲାନି, ବର୍ତମାନ ପ୍ରଶାସନ ଘଟଣାକୁ କେଉଁଦିଗକୁ ନେଉଛନ୍ତି ତାହାଦେଖିବାକୁ ବାକି ରହିଲା। ଅନ୍ପ୍ରୟପଟେ ଏହାର ସ୍ଥାୟୀ ସମାଧାନ କରିବାକୁ ଗୁହାରୀ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ।
