ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଦୟନୀୟ ଅବସ୍ଥାରେ ଅଛନ୍ତି ପରିବାର

କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦେପୁର ପଞ୍ଚାୟତ ଅଧିନସ୍ତ କେନାଲ ପଡ଼ାରେ ବସତି କରିଥିବା ମଧୁସୁଦନ ନାଏକଙ୍କ ପରିବାର ଭଙ୍ଗା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି। କିଛି ଦିନ ତଳେ ଲଗାଣ ବର୍ଷାରେ ମଧୁ ସୁଦନ ନାଏକଙ୍କ ଘର ଭାଙ୍ଗି ଯାଇଛି, ସେ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜଣାଇ ଆସୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି, ଶ୍ରୀ ନାଏକଙ୍କ ପରିବାର ଜୀବନକୁ ବାଜି ଲଗାଇ ସେଠାରେ ରହି ଆସୁଥିବା ବେଳେ ରାଜସ୍ବ ବିଭାଗକୁ ସୂଚନା ଦେଇ ପାରି ନ ଥିବା ଏବଂ ଆବାସ ଯୋଜନା ନିମନ୍ତେ ପ୍ରକାଶିତ ତାଲିକାରେ ତାଙ୍କ ନାମ ଅଛି କି ନାହିଁ ସେ ବିଷୟରେ ମଧ୍ୟ ସେ ଜାଣିନଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଦେପୁର ପଞ୍ଚାୟତ ପିଇଓଙ୍କ ସହିତ ଯୋଗାଯୋଗ ହୋଇପାରି ନଥିବା ବେଳେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କୁ ପ୍ରତିକ୍ରିୟା ନେବାରୁ ଏବିଷୟରେ ମୋ ପାଖକୁ ଅଭିଯୋଗ ଆସିନାହିଁ, ଗଣମାଧ୍ୟମ ଜରିଆରେ ଖବର ପାଇଛି , ମୁଁ ଏବିଷୟ ଉପରେ ପିଇଓ ଏବଂ ଆରଆଇ ଙ୍କୁ ତଦନ୍ତ ପାଇଁ ପଠାଇବି ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *