ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନ ପର୍ଲା ଧାନମଣ୍ଡିଠାରେ ଧର୍ମଗଡ଼ ବ୍ଲକ ଯାଦବ ସମିତି ତରଫରୁ ଏକ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଛି। ସର୍ବପ୍ରଥମେ ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜାର୍ଚନା କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଯୁବ, ମହିଳା ଓ କର୍ମଚାରୀ ସଂଘଠନ କରି ଆଗାମୀ ଦିନରେ ଯାଦବ ସଙ୍ଘଠନ ମଜଭୁତ କରିବାପାଇଁ ଆଲୋଚନ କରାଗଲା। ପର୍ଲା ହାଇସ୍କୁଲ ଖେଳପଡିଆଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟ କ୍ରମ ଆଲୋଚନା ହେବାସହ ପ୍ରତେକ ଆଞ୍ଚଳିକ ସଭାପତିଙ୍କ ମଧ୍ୟରେ ସମାଜ ସମ୍ବିଧାନ ପୁସ୍ତକ ବଣ୍ଟନ କରାଯାଇଥିଲା। ସମ୍ବିଧାନ ନିୟମାବଳୀ ଉପରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମିତି ସଭାପତି ଗିରିଧାରୀ ତେଜି ପଠନ କରିଥିଲେ। ସଭାରେ ଯାଦବ ଭବନ ନିର୍ମାଣର ସ୍ଥିତି ଏବଂ ଆୟବ୍ୟୟ ଉପରେ ଆଲୋଚନା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ଉପସଭାପତି ଅଲେଖ ଗୋପାଳ, ଜିଲ୍ଲା କର୍ମଚାରୀ ସଭାପତି ମାଧବ ଲହଜଲ, ତୁଳସୀ ରାମ ଗୋପାଳ, ଗୋଲକ ଚନ୍ଦ୍ର ଗୋପାଳ, ଧନେଶ୍ୱର ଗୋପାଳ, ନରୋତ୍ତମ ଗୋପାଳ, ଭବାନୀଶଙ୍କର ଖଡ଼ିକାର, ଉତ୍ସବ ହଂସ, ଧନିରାମ ଗୋପାଳ, ବୈକୁଣ୍ଠ କାଣ୍ଡ, ରିଖିରାମ ବାରିକ, କାର୍ତ୍ତିକ ଛତ୍ରିଆ, ଶଶୀ ନାଗ, ସୋସିଆ ହାତୀ, ମାଧୁର୍ଯ୍ୟ ଗୋପାଳ, ଗୟାରମ ଖରସେଲ, ଜଳନ୍ଧର ହଂସ, ଘାସିରାମ ଖରସେଲ, ଶ୍ୟାମସୁନ୍ଦର ଗହୀର, ପଡୁଲୋଚନ ଗୋପାଳ। ସଭାଟିକୁ ଧର୍ମଗଡ଼ ବ୍ଲକ ସଭାପତି ସଭାପତିତ୍ୱ କରିଥିବା ବେଳେ ଅରକ୍ଷିତ ଭୈସାଲ ଧନ୍ୟବାଦ ଅର୍ପଣ କରିଥିଲେ।
