ଚନ୍ଦନପୁର ୧୩ ତମ ଅନ୍ତଃଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଚନ୍ଦନପୁରଠାରେ ଅନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଟିଟିଲାଗଡ଼ ଦଳ ବିଜୟୀ ହୋଇଛି। ଚନ୍ଦନ ପୁର ସ୍ଥିତ ଶିବରାମ ଯୁବକ ସଂଘ ଦ୍ବାରା ୧୩ ବର୍ଷ ହେଲା ଫୁଟବଲ ଖେଳକୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ଏଥିରେ ବିଭିନ୍ନ ଜିଲ୍ଲାରୁ ୮ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ରାୟଗଡ଼ା ଜିଲ୍ଲା ଡୁକୁମ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ଜିଲ୍ଲା ଚନ୍ଦନପୁର ଓ ରାୟଗଡା ଜିଲ୍ଲା ଡୁକୁମ ଦଳ ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା। ଡୁକୁମ ଦକକୁ ୩-୦ ଗୋଲରେ ହରାଇ ଟିଟିଲାଗଡ଼ ବିଜୟୀ ହୋଇଥିଲା। ମ୍ୟାଚରେ ସୁଜିତ ପଣ୍ଡା ଖେଳ ପରିଚାଳନା କରିଥିବା ବେଳେ ମଧୁସୂଦନ ବାଗ ଧାରାବିବରଣୀ ଦେଇଥିଲେ।ଲାଇନମେନ ଭାବେ କ୍ଷେତ୍ର ବେହେରା ଓ ସଦାନନ୍ଦ ଦାଇତ୍ୱ ତୁଲାଇ ଥିଲେ। ସେହିପରି ପ୍ରଥମ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଦକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ବ୍ଳକ ପୂର୍ବତନ ଅଧ୍ୟକ୍ଷ ମନୋହର ହରପାଲ, ଶ୍ରୀମୁଖ ଅଗସ୍ତି, ଚନ୍ଦନପୁର ଗୌନ୍ତିଆ କରୁଣାକର ପ୍ରଧାନୀ, ତରୁଣ ଦାସ, ହରିହର କୁମାର ପ୍ରମୁଖ ଯୋଗଦେଇଥିଲେ। ଆୟୋଜିକ ଶିବରାମ ଯୁବକ ସଂଘର ସଭାପତି ହରିଶ୍ଚନ୍ଦ୍ର ପ୍ରଧାନୀ, ସଂପାଦକ ଗଣେଶ ଦଣ୍ଡସେନା, ହିତେଶ ପ୍ରଧାନୀ, ଦେବରାଜ ପାତ୍ର, ଡ଼ମ୍ବରୁଧର ପ୍ରଧାନୀ, କେଦାର ପାତ୍ର, ସମେତ ଶିବାରାମ ଯୁବକ ସଂଘର ସମସ୍ତ ସଦସ୍ୟ ଗ୍ରାମବାସୀମାନେ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସହଯୋଗ କରିଥିଲେ। ଏହାର ଫାଇନାଲ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ହେବାକୁ ଥିବା ବେଳେ ଏହି ଫୁଟବଲ ଖେଳ ଦେଖିବାକୁ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *