ଗୁରୁଙ୍କ ପରଶମଣି ସ୍ପର୍ଶରେ ସୁନାଗରିକ ଗଢ଼ିଉଠନ୍ତି

କୋକସରା/କ୍ରାନ୍ତିକ୍ଷେତ୍ର : ଗୁରୁଙ୍କ ଅମୂଲ୍ୟ ପରଶମଣି ସ୍ପର୍ଶରେ ଜଣେ ଶିଶୁର କୋମଳ ମନ ଶାଣିତ ହୋଇଥାଏ। ଶିକ୍ଷକଙ୍କ ଦିଗଦର୍ଶନ ଓ ସଠିକ୍ ପରିଚାଳନାରେ ଏକ ଅବୋଧ ଶିଶୁ ଆଗାମୀ ଭବିଷ୍ୟତରେ ଜଣେ ସୁଦକ୍ଷ, ସଂସ୍କାରୀ ଓ ଦାୟିତ୍ୱବାନ ସୁନାଗରିକ ଭାବେ ଗଢ଼ିଉଠେ। ତେଣୁ କେବଳ ପାଠ୍ୟପୁସ୍ତକର ଜ୍ଞାନ ନୁହେଁ, ବରଂ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ନୈତିକ ମୂଲ୍ୟବୋଧ ପ୍ରଦାନ କରିବା ଶିକ୍ଷକମାନଙ୍କର ପ୍ରଧାନ ଗୁରୁଦାୟିତ୍ୱ। ଜଣେ ଶିକ୍ଷକ କେବଳ ଜ୍ଞାନର ବାର୍ତ୍ତାବହ ନୁହନ୍ତି, ସେ ହେଉଛନ୍ତି ଶିଶୁର ଜୀବନ ଗଠନର ମୁଖ୍ୟ ବିଶ୍ୱକର୍ମା। ଶନିବାର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋକସରା ବ୍ଳକ କାଉଡୋଲା ଧାନ ମଣ୍ଡି ପରିସରରେ ଅନୁଷ୍ଠିତ ୨୯ତମ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ମାନେ ଏଭଳି ମତ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପଦ୍ମଲୋଚନ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଜିଲ୍ଳା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ବୋର୍ଡ ଅଫ୍ ସେକାଣ୍ଡାରୀ କଟକ ସଦସ୍ୟ ଶିବ ପ୍ରସାଦ ବେହେରା ମୁଖ୍ୟବକ୍ତା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ, କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଳା ସହ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି, ରାଜ୍ୟ ଜୋନାଲ ସମ୍ପାଦକ ବିରେନ କୁମାର ବାଗ, ଜିଲ୍ଳା କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଅଜିତ କୁମାର ନାଏକ, ଉପଦେଷ୍ଟା ଗଣେଶ ପ୍ରସାଦ ବେହେରା, ଭୁବନେଶ୍ୱର ପଟ୍ଟନାୟକ, ଉପଦେଷ୍ଟା ସରୋଜ କୁମାର ପଣ୍ଡା, ଅଶୋକ କୁମାର ତ୍ରିପାଠୀ, ଭୂରୀଶ୍ରବା ଜାଲ, ଜିତ ମହାପାତ୍ର, ଯୁଧିଷ୍ଠି ସାହୁ, ବିଭୂତି ପ୍ରହରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଏହି ଅବସରରେ ବିଭିନ୍ନ ବ୍ଳକର ମୁଖ୍ୟମନ୍ତ୍ରୀ ପୁରସ୍କାର ଶିକ୍ଷକ, ଆଦର୍ଶ ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଦିବଙ୍ଗତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ମରଣାତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ସାହୁ ସ୍ବାଗତ ଭାଷଣ ଦେଇଥିଲେ କରିଥିଲେ। ଶିକ୍ଷକ ଲଲିତ କୁମାନ ନାଏକ ମଞ୍ଚ ସଂଯୋଜନା କରିଥିବାବେଳେ କ୍ଷୀରସିନ୍ଧୁ ବାଣୁଆ, ଯଶୋଧାରା ବାଗ ସହଯୋଗ କରିଥିଲେ। କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି, ସମ୍ପାଦକ ସମେତ ସମସ୍ତ ପଦାଧିକାରୀ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୧୩ ଗୋଟି ବ୍ଳକରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ। ଶିକ୍ଷକ ନିଲାମ୍ବର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *