ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅଧୀନ ମୈଦଲପୁର ବନବିଭାଗ ଅଧିନ ବଟକରି ଗାଁରୁ ବନ ବିଭାଗର ଏକ ଟିମ୍ ମିଳିତ ଭାବେ ଜଣଙ୍କ ଘରୁ ଚଢାଉ କରି ଲକ୍ଷାଧିକ ଟଙ୍କାର ବିପୁଳ ପରିମାଣର କାଠ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ବହୁ ପରିମାଣ ମୂଲ୍ୟର ଶାଗୁଆନ କାଠ ତଥା ପଠା ଜବତ କରିବା ସହ ଅଭିଯୁକ୍ତ ଫେରାର ହେଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇଁ ଖଣ୍ଡିୟ ଅଧିକାରୀଙ୍କ ସୁବାସ ଚନ୍ଦ୍ର ଖୁଣ୍ଟିଆ ଙ୍କ ନିର୍ଦ୍ଦେଶ କ୍ରମେ ଡ଼ାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତରାଙ୍କ ଉପସ୍ଥିତିରେ ମୈଦଲପୁର ବନ ବିଭାଗର ମିଳିତ ଭାବେ ଗୁରୁବାର ଚଢ଼ାଉ କରଯାଇଛି। ଜବତ ସାମଗ୍ରୀ ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହବ ବୋଲି ଜଣାପଡିଛି। ଶାଗୁଆନ ପଟା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ଏନେଇ ୧୧୯/୨୬ରେ ଏକ ମାମଲା ରୁଜୁ କରାଯାଇଛି। ଚଢାଉ ସମୟରେ ବନ ବିଭାଗର ଟିମ୍ ଦେଖି ଆଗରୁ ଚଂପଟ ମାରିଥିବା ସୂଚନା ମିଳିଛି। ଏହି ଚଢାଉ ସମୟରେ ଡ଼ାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରା, ମୈଦଲପୁର ବନପାଳ ବିପିନ କୁମାର ହରିଜନ, ପ୍ରଫୁଲ୍ଲ ମାଝୀ, ଚନ୍ଦ୍ରଧ୍ଵଜ୍ ନାଗ, ବନରକ୍ଷୀ ବସନ୍ତ କୁମାର ନାୟକ, ଉମାକାନ୍ତ ମିଶ୍ର, ସରସ୍ୱତୀ ମେହେର, ତାପସ ପଟ୍ଟନାୟକ, କାର୍ତିକ ମାଝୀ, ପୀତାମ୍ବର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।
