ବେହେରା/କ୍ରାନ୍ତିକ୍ଷେତ୍ର (ପଦ୍ମବନ ବେମାଲ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ରାଜନୀତି କ୍ଷେତ୍ରରେ କ୍ରମା ନ୍ୱୟ ଭାବରେ ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନ ମନ୍ତ୍ରୀ ଦାୟିତ୍ୱ ବହନ କରି କ୍ରମାଗତ ନିଜର ରାଜନୀତି ଜୀବନ ୨୫ ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ଦିନରେ ଦୀର୍ଘାୟୁ କାମନା ଉଦେଶ୍ୟରେ ଦୀପ ପ୍ରଜ୍ବଳନ କରିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମପଞ୍ଚାୟତ ଶ୍ରୀରାମପୁର ଠାରେ ମୋଟେରଜୋନ ମଣ୍ଡଳ ସଭାପତିଶ୍ରୀ ଧର୍ମବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ୱକର୍ମା ପୂଜା ମଣ୍ଡପ ନିକଟରେ ପ୍ରଧାନ ମନ୍ତ୍ରୀ ଙ୍କ ଜନ୍ମଜୟନ୍ତୀ ଏବଂ ଦୀପ ପ୍ରଜ୍ବଳନ ଉପରେ ଜନସାଧାରଣଙ୍କୁ ଧର୍ମବ୍ରତ ପଣ୍ଡା ସମ୍ୟକ ଭାବରେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅମିନ ରଣା, ମଦନ ବୋଡ଼କିଆ, ଯଦୁ ରଣା, ପଦ୍ମାସେନ ବିଶି, ମାଧବ ନାଗ, ଭରସେ ନାଗ, କୁନ୍ତୀ ଗୋପାଳ, ରାଧିକା ହାତୀ, ଦିଗାମ୍ବର ହାତୀ, ବାଲେଶ୍ୱର ନାଏକ, ଗଣେଶ ନାଗ, ଟିକେଶ୍ୱର ବିଶି, ତତସହ ଅନେକ ମହିଳା, ଯୁବକ, ସମେତ ଗ୍ରାମବାସୀ ଏଥିରେ ଅଂଶ ଗ୍ରହଣ କରି ଥିଲେ।
