ନର୍ଲା/କ୍ରାନ୍ତିକ୍ଷେତ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ତଥା ‘ସେବା ମାସ’ ଅବସରରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ବୁଢ଼ୀପଦର ସ୍ଥିତ ପ୍ରସିଦ୍ଧ ‘ଦେବଗିରି ମଠ’ ପରିସରରେ ସାମୂହିକ ପ୍ରାର୍ଥନା ଓ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ବାଗ, ସ୍ବତନ୍ତ୍ର ଉନ୍ନୟନ ପରିଷଦ କଳାହାଣ୍ଡିର ଉପାଧ୍ୟକ୍ଷା ରିନା ଭୋଇ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ସୁରେଶ କୁମାର ଭୋଇ, ଜିଲ୍ଲା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ନିଳାଞ୍ଚଳ ସିଂ ଠାକୁର, ସରିଆଁ ମଣ୍ଡଳ ସାଧାରଣ ସମ୍ପାଦକ କପିଳାସ ସା, ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ପ୍ରଭାରୀ ଗୋପାଳ କୃଷ୍ଣ ପଧାନ, ସସ୍ମିତା ମାଝୀ, ପୁରୁଷୋତ୍ତମ ମାଝୀ, ପ୍ରତିମା ଜାନୀ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିବା ସହ ମଠର ଆରାଧ୍ୟ ଦେବତା ଭଗବତ ସ୍ବାମୀ, ଦଧିବାମନଜୀଉଙ୍କ ସମେତ ଗୁମ୍ଫା ମଧ୍ୟସ୍ଥ କାଶି ବିଶ୍ୱନାଥ ମହାଦେବ, ମହାମାୟା ଚଣ୍ଡୀ, କାର୍ତ୍ତିକେୟ, ବୁଢ଼ା ଗଣପତି, ଶନି ଦେବ ଓ ପାର୍ଶ୍ବ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ, ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡାମାଝୀ, ସଦସ୍ୟ ସୁରେନ୍ଦ୍ର ମାଝୀ, ସଞ୍ଜୟ ଧଙ୍ଗଡାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ଦେବରାଜ ଗଉଡ, ଭରତ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ସିଆରପି ମିନା ହଂସ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା, ଯୁବ ଓ ଛାତ୍ର କାର୍ଯ୍ୟକର୍ତ୍ତା ସାମିଲ ହୋଇ ସାମୂହିକ ଭାବେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏଥିସହ ଦେଶର ଉନ୍ନତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥିଲା।
