ରୁପ୍ରାରୋଡରେ ବିଶ୍ବକର୍ମା ପୂଜା

ନର୍ଲା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଛି। ବିଶ୍ବକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ତେଣୁ କନ୍ୟା ସଂକ୍ରାନ୍ତି ଦିନ ଶିଳ୍ପୀମାନେ ନିଷ୍ଠାର ସହ ବିଶ୍ଵକର୍ମାଙ୍କ ପୂଜା ଆରାଧନା କରିଥାନ୍ତି। ଆଜି ବିଭିନ୍ନ ମଣ୍ଡପ ଓ ଶିଳ୍ପୀମାନଙ୍କ ଘରେ ପୂଜା ପାଉଛନ୍ତି ଦେବଶିଳ୍ପୀ। ତେବେ ରୁପ୍ରାରୋଡ ବିଶ୍ବକର୍ମା ପୂଜା କମିଟି ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ଠାରେ ଆୟୋଜିତ ହୋଇଥିବା ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବରେ ହେମନ୍ତ ସାହୁ ଦାଇତ୍ୱ ନିର୍ବାହ କରୁଛନ୍ତି। ପୂଜା ପରିଚାଳନାରେ କମିଟିର ସଭାପତି ବିହାରୀଲାଲ ଭୋଇ, ସାଧାରଣ ସମ୍ପାଦକ ଦିଲ୍ଲୀପ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ରମନ୍ତ ଖୁଣ୍ଟୁଲା, କୋଷାଧ୍ୟକ୍ଷ ଗୈାତମ ବାରିକଙ୍କ ସମେତ ଅକ୍ଷୟ ସାହୁ, ପ୍ରତାପ ବାରିକ, ସୁବାସ ଡାକୁଆ, ସଞ୍ଜିବ ଗଉଡ, ଚକ୍ରଧର ସାହୁ, ସୁରେଶ ସାହୁ, ଲିଙ୍ଗରାଜ ପଧାନ, ଭକ୍ତ ରଣା, ଖୁଜିତ ପୋଢ, ତୋଷମନ ମାଝୀ ଓ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *