ଇନ୍ଦ୍ରାବତୀରେ ଜଳାଭିଷେକ କଲେ ଶତାଧିକ ବୋଲବମ ଭକ୍ତ

ତେନ୍ତୁଳିଖୁଣ୍ଟି /କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ମୁନ୍ନା ଦଳେଇ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ବୋଲବମ୍ ବୋଲବମ୍ ର ଧ୍ଵନୀ ସହ ଘଣ୍ଟ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଛି ଇନ୍ଦ୍ରାବତୀ ଅଞ୍ଚଳ । ଛୋଟ ପିଲା ଠାରୁ ଆରମ୍ଭ କରି ମା ଭଉଣୀ ଓ କାଉଡ଼ିଆ ଭକ୍ତମାନେ ଜଳାଭିଷେକ କରିବାକୁ ଶୈବପୀଠ ମାନଙ୍କରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି। ଇନ୍ଦ୍ରାବତୀ ବୋଲବମ ମହାସଂଘର ସମସ୍ତ ଭକ୍ତ ମାନେ ଖାତିଗୁଡା ସ୍ଥିତ ପୋଡ଼ାଗଡ଼ ନଦୀ ଘାଟରୁ କପୁର ନୀଳକଣ୍ଠେଶ୍ୱର ବାବାଙ୍କ ଠାରେ ଜଳାଭିଷେକ କରିଥିଲେ । ଚଳିତ ବର୍ଷ ଶ୍ରାବଣ ମାସ ପ୍ରଥମ ପୂର୍ଣ୍ଣମୀ ଠାରୁ ଅଗଷ୍ଟ ମାସ ପୂର୍ଣ୍ଣମୀ ପର୍ଯ୍ୟନ୍ତ କାଉଡ଼ିଆ ମାନେ ଜଳାଭିଷେକ ସହ ନିୟମରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କାଉଡ଼ିଆ ମାନେ ଯିବା ସମୟରେ କିପରି ଅଘଟଣ ନ ଘଟେ ସେଥିପ୍ରତି ବୋଲବମ୍ ମହାସଂଘ ତରଫରୁ ବିଶେଷ ଦୃଷ୍ଟି ଦେଇଥିଲେ । ଇନ୍ଦ୍ରାବତୀ ବୋଲବମ୍ ମହାସଂଘର ହୀନ ସ୍ୱାଇଁ କର୍ତ୍ତା ଭାବେ କାର୍ଯ୍ୟନିର୍ବାହ କରିଥିଲେ । ଜଳାଭିଷେକ ପରେ ବୈଠକରେ ଆସନ୍ତା ପାଳି ବା ଦୂତିୟ ସୋମବାର ଦିନ ଖାତିଗୁଡା ସତୀଘାଟ ଠାରୁ ଦେଓପାଳି ବାବାଙ୍କ ପାଖରେ ଜଳାଭିଷେକ କରାଯିବା ନେଇ ଆଲୋଚନା କରିଥିଲେ। ସମସ୍ତ ବୋଲବମ ଭକ୍ତ ଓ ସଭାପତି ଚନ୍ଦ୍ର ଶେଖର ଦଳେଇ,ଶେଷରେ ଶତାଧିକ ବୋଲବମ ଭକ୍ତ ମାନେ ତିନିଥର ବୋଲବମ ଧ୍ୱନି ଦେଇ ଖାତିଗୁଡା ଗୋପାଳ ଶ୍ରୀକ୍ଷେତ୍ର ମନ୍ଦିରରେ ପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *