ଖାଲି ଘର ଦେଖି କଳାକନା ବୁଲାଇଲେ ଚୋର

କେସିଙ୍ଗା/କ୍ରାନ୍ତିକ୍ଷେତ୍ରନ୍ୟୁଜ(ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କନ୍ତେଶିର ଗ୍ରାମରେ ଘର ଖାଲିଥିବା ଜାଣି ଚୋର ମାନେ ପଶି ଘରେ କଳାକନା ବୁଲାଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ କନ୍ତେଶିର ଗ୍ରାମର ଭାରତଚନ୍ଦ୍ର ସାହୁ ଗତ ଜୁଲାଇ ୧୦ ତାରିଖରୁ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଗତକାଲି ଚୋର ମାନେ ଘରେ କେହିନଥିବା ଜାଣି ରାତିରେ ଚୋରି କରି ନେଇଛନ୍ତି।ପୋଲିସର ସୂଚନା ଅନୁଯାୟୀ ଶ୍ରୀ ସାହୁଙ୍କ ଘରୁ ଚୋର ମାନେ ୪୦ ରୁ ୪୫ ଗ୍ରାମ ସୁନା,୧୫୦ ରୂପା ସହିତ ପ୍ରାୟ ୬୦ ହଜାର ଟଙ୍କା ନେଇ ଛୁ ହୋଇଯାଇଥିବା ଜଣା ପଡ଼ିଛି।ଅଭିଯୋଗ ପାଇବା ପରେ କେସିଙ୍ଗା ଥାନା ଅଧିକାରୀ ପ୍ରଦ୍ୟୁମ୍ନ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଭବାନୀପାଟଣାରୁ ସନ୍ଧାନୀ କୁକୁର ଓ ସାଇନଟିଫିକ ଟିମ ଆଣି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *