ସିଙ୍ଗାରୀ ଘାଟି ରାସ୍ତାରେ ଓଲଟିଲା ଅଟୋ , ୮ ଯାତ୍ରୀ ଗୁରୁତର

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବୁଧବାର ରାତି ପ୍ରାୟ ସାଢେ ୯ଟା ବେଳେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ରାସ୍ତାରେ ଓଲଟିଲା ଅଟେ। ଅଟୋରେ ଥିବା ୧୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତର ହେଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ।ସୂଚନା ଅନୁସାରେ ଥୁଆମୁଳ ରାମପୁର ଥାନା ଅଧିନସ୍ଥ ତୁମନିଖୋଲ ଗ୍ରାମର ୧୨ ଜଣ ଲୋକ ଏକ ଅଟୋ ଯୋଗେ କୁମାରକାନୀ ଗ୍ରାମକୁ ଯାଇଥିଲେ। ସେଠାରୁ ଏକ ଅଟୋ ଯୋଗେ ରାତିରେ ଫେରୁଥିବା ବେଳେ ସିଙ୍ଗାରୀ ଘାଟି ରାସ୍ତାରେ ଅଟୋ ଚାଳକର ଅସାବଧାନତା ବସତଃ ଉକ୍ତ ଅଟୋଟି ରାସ୍ତାରେ ଗଡିଯାଇ ପ୍ରାୟ ୩୦ ଫୁଟ ତଳେ ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା ଜଏମଲ ମାଝୀ, ଟେଡ୍‌ଗୁ ମାଝୀ, କାଡୁ ମାଝୀ, ଚାଉଲ ମାଝୀ, ଶୁସିଳା ମାଝୀ, ମୁକ୍ତା ମାଝୀ, ସୁକାନ୍ତୀ ମାଝୀ ପ୍ରମୁଖ ଗୁରୁତର ହେଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଅନ୍ୟପଟେ ଘଟଣା ସମ୍ବନ୍ଧରେ ଖବର ପାଇ ଥୁଆମୁଳ ରାମପୁର ପୁଲିସ ଘଟଣାସ୍ଥଳ ଦେଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଗୁରୁତର ଲୋକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଦେଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଟୋ ଚାଳକ ଫେରାର ଥିବା ସୂଚନା ମିଳିଛି।