ଲଇତରା ୟୁ.ପି ସ୍କୁଲରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ(ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକର ଲଇତରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲଇତରା ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ସି ଆର ସି ସି ତପନ କୁମାର ଦାଶ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଅଛି ।ଏହି କାର୍ଯ୍ୟକ୍ରମରେ ଲଇତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଶ ଚନ୍ଦ୍ର ସାହୁ ସଭାପତିତ୍ବ କରିଥିବା ବେଳେ ଅତିଥି ମାନଙ୍କ ମଧ୍ୟରେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଡୁମେରମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଦୋରା, ଲଇତରା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚନ୍ଦ୍ରମଣି ସ୍ୱାଇଁ, ଲଇତରା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନିମାଇ ଚରଣ ଭୋଇ, ପୂର୍ବତନ ଛାତ୍ର ତଥା ସମାଜସେବୀ ସଂଜୀବ ଗୋଡ ଉପସ୍ଥିତ ଥିଲେ ।ପ୍ରଥମେ କୁଶ ଚନ୍ଦ୍ର ସାହୁ ସ୍ଵାଗତ ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ତାପରେ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
କିପରି ଭାବରେ ପାଠ ପଢି ନଥିବା ଛାତ୍ର ଛାତ୍ରୀ ଙ୍କୁ ବୟସ ଅନୁସାରେ ଶ୍ରେଣୀରେ ନାମ ଲେଖାଇବା, ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇ ସହଯୋଗ କରିବା ବୋଲି ଆଲୋଚନା ହୋଇଥିଲା ।ନିକଟ ଅତୀତ ରେ ହେଇଥିବା ସର୍ଭେ ଅନୁଯାୟୀ ଯେଉଁ ପିଲା ମାନେ ନପଢ଼ି ଅଛନ୍ତି ତାଙ୍କୁ ନାମ ଲେଖାଇବା ବୋଲି ମତ ପ୍ରକାଶ ହୋଇଥିଲା । ଏହି ଶିକ୍ଷା ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଚୂଡ଼ାମଣି ମହଲା, ରୋହିତ ପୋଢ଼, ଧନିଷ୍ଟ ସୁନା, ବିଷ୍ଣୁ ଭାଟି, ଶିକ୍ଷୟିତ୍ରୀ ସାବିତ୍ରୀ ଦେଇ, ଡୁମେରମୁଣ୍ଡା ଏସ ଏମ ସି ର ସଭାପତି ଜମାଲାର୍ଯୁନ ସାହୁ, ଅଭିଭାବକ ଗଣ, ପୂର୍ବତନ ଛାତ୍ର ଛାତ୍ରୀ ଗଣ, ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ । ଲଇତରା ବିଦ୍ୟାଳୟର ଭାନୁମତୀ ଚୌହାନ, ନଳିନୀ ନାଗ,ଶ୍ରୀମତୀ ପ୍ରମିଳା ମାଝି,ଶିକ୍ଷକ ତାପସ ମହଲା, ବଗ୍ରୁ ନାଏକ ଉପସ୍ଥିତ ଥିଲେ ।ଶେଷରେ ମାଟିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଶବର ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *