କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଝିଅ କଲେଜ ଯାଇଛି କହି ଅଚିନ୍ତାରେ ଘରଲୋକ ରହିଥିବା ବେଳେ ହଠାତ ଅପରାହ୍ନ ପ୍ରାୟ ୪ ଟା ବେଳେ ଫୋନ୍ ଆସିଲା ଯେ ତମ ଝିଅ ର ଦୁର୍ଘଟଣା ଘଟିଛି ଶୀଘ୍ର ଆସ ଏମିତି ଏକ ଘଟଣା ଘଟିଛି କେସିଙ୍ଗା ଥାନା ଏନ୍ ଏଚ ୨୬ କଡ଼ରେ ଥିବା ସୁକନାଭଟା ଗ୍ରାମରେ ମୁହାଁ ମୁହିଁ ମଟର ସାଇକଲ ଧକ୍କା ହେବା ଫଳରେ ଦୁଇ ଜଣ ଅତି ଗୁରୁତର ଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁଯାୟୀ କେସିଙ୍ଗା ବ୍ଲକ କସୃପଡ଼ା କଲେଜ ରେ ପାଠ ପଢି ଏକ ମଟର ସାଇକଲ ଯୋଗେ କେସିଙ୍ଗା କୁ ଆସୁଥିବା ବେଳେ ସୁକନାଭଟା ଗ୍ରାମ ପାଖରେ ବିପରୀତ ଦିଗରୁ ଆସୁଥିବା ଆଉ ଗୋଟିଏ ମଟର ସାଇକଲ କୁ ଜୋରଦାର ଧକ୍କା ଦେବା ଫଳରେ ବାଇକ ରେ ବସି କଲେଜ ରୁ ଫେରୁଥିବା ଜଣେ ଛାତ୍ରୀ କେସିଙ୍ଗା ୱାର୍ଡ ନ ୯ ର ଶ୍ରଦ୍ଧାଞ୍ଜଳି ମାଝୀ(୧୮) ବାଇକ୍ ରୁ ଛିଟିକି ପଡ଼ି ଅତି ଗୁରୁତର ଅବସ୍ଥାରେ ତାଙ୍କୁ କେସିଙ୍ଗା ମେଡିକାଲ କୁ ଆଣିଥିଲେ। ତାଙ୍କ ସହିତ ବାଇକ ପଛ ପଟେ ବସିଥିବା କେସିଙ୍ଗା ବଗାଡ ଗ୍ରାମର ମନୋଜ ସାହୁ(୨୦) ମଧ୍ୟ ବହୁତ ଗୁରୁତର ଅଛନ୍ତି କିନ୍ତୁ ମଟର ସାଇକଲ ଚାଳକ ଶିବ ସାହୁ(୧୮) ଅଳ୍ପକେ ବର୍ତ୍ତି ଯାଇଛନ୍ତି।ଦୁଇ ଜଣ ଗୁରୁତର ଆହତ ଙ୍କୁ କେସିଙ୍ଗା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ପରେ ରାତ୍ର ପ୍ରାୟ ୮ ଘଣ୍ଟା ସମୟରେ ଆହତ କଲେଜ ଛାତ୍ରୀ ର ଭବାନୀପାଟଣା ମେଡିକାଲ ରେ ମୃତ୍ୟୁ ଘଟିଥିବା ଖବର ମିଳିଛି। ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।