ବିରମହାରାଜପୁର/କ୍ରାନ୍ତିକ୍ଷେତ୍ର(ପ୍ରଦୀପ ପ୍ରଧାନ) : ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ଜନ୍ମ ଦିନ ଅବସରରେ ବିଜୁ ଜନତା ଦଳ ଏବଂ ନାରାୟଣ ଲୁହା ଫେନ୍ କ୍ଳବ୍ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋନପୁର ରକ୍ତ ଭଣ୍ଡାର ସହାୟତାରେ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଉପସଭାପତି ଅଶୋକ ନନ୍ଦ, ବିବସ୍ବତି ପଣ୍ଡା, ସୁରୁ ନାରାୟଣ ମହାକୁର, ନିରୋଦ ପାଣ୍ଡେ ପ୍ରମୁଖ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସାର୍ଟିଫିକେଟ ପ୍ରଦାନ କରି ଥିଲେ।

