ମାଟ୍ରିକ ପରୀକ୍ଷାରେ କିସ କଳାହାଣ୍ଡିର ଶତପ୍ରତିଶତ କୃତକାର୍ଯ୍ୟ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ସ୍ଥିତ କିସ ଆବାସିକ ବିଦ୍ୟାଳୟ ବାଦଲୀର ପ୍ରଥମ ବର୍ଷ ଦଶମ ପରୀକ୍ଷାରେ ଶତ ପ୍ରତିଶତ ପାସ କରି ସ୍କୁଲ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଛାତ୍ରୀ ମାନେ। ପ୍ରକାଶ ଥାଉ କି ଏହି ବିଦ୍ୟାଳୟଟି ଏକ ହଜାର ରୁ ଅଧିକ ଆଦିବାସୀ ଛାତ୍ରୀ ମାନଙ୍କ ପାଇଁ ନିଶୁଳ୍କ ଓ ଆବାସିକ ବିଦ୍ୟାଳୟ ଅଟେ। ଚଳିତ ବର୍ଷ ୪୭ ଜଣ ଛାତ୍ରୀଙ୍କ ମଧ୍ୟରୁ ସମସ୍ତେ ଦଶମ ପରୀକ୍ଷାରେ କୃତ୍ତକାର୍ଯ୍ୟ ହୋଇଥିବାବେଳେ ପ୍ରଥମ ଶ୍ରେଣୀରେ ୨୨ ଜଣ ଓ ୨ ଜଣ ଏ୨ ଗ୍ରେଡ ରଖି ଉତୀର୍ଣ୍ଣ ହୋଇଛନ୍ତି। ସର୍ବାଧିକ ୮୦ ପ୍ରତିଶତ ନମ୍ବର ରଖିଥିବା ପଦ୍ମାବତୀ ମହାଳିଙ୍ଗ ଓ ମନୀଷା ଧରୁଆ ସ୍କୁଲ ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ। ସେହିପରି ଅନ୍ୟ ଏକ ୮୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀ ମନୀଷା ଧରୁଆ ଅଟନ୍ତି। ମାତ୍ର ଆଜି ଏ ୪୭ ଜଣ ଛାତ୍ରୀଙ୍କର ଭାଗ୍ୟବିଧାତା ଓ ଯାହାଙ୍କ ପ୍ରଚେଷ୍ଟାରେ ହଜାର ହଜାର ଆଦିବାସୀ ଛାତ୍ର ଛାତ୍ରୀ ଆଜି ସମାଜର ଶୀର୍ଷ ସ୍ଥାନ ରେ ପହଂଚି ପାରିଛନ୍ତି ତାହା କେବଳ ସଫଳ ହୋଇଛି କୀଟ ଓ କିସ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ତାଙ୍କର ଆଶୀର୍ବାଦ ସର୍ବଦା ଏ ଛାତ୍ର ଛାତ୍ରୀଙ୍କ ଉପରେ ରହିଛି ଓ ରହିବ। ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କ ସଦଇଚ୍ଛା ଓ କଠିନ ପରିଶ୍ରମ ହେତୁ ଏହିପରି ସଫଳତା ହୋଇପାରିଛି।

Leave a Reply

Your email address will not be published. Required fields are marked *