ବାଲିଗୁଡା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡି଼ବନ୍ଦ ଥାନା ଅଞ୍ଚଳରୁ 7୭ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ବୋସଲେ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ତୁମୁଡିବନ୍ଧ ଥାନା ଅଞ୍ଚଳ ଥିବା ଜଙ୍ଗଲରୁ ତିନୋଟି ଦେଶୀ ବନ୍ଧୁକ ମିଳିଥିଲା। ଏହାପରେ ଜଙ୍ଗଲ ନିକଟ ଘର ଭିତରେ ସର୍ଚ୍ଚ କରିବା ସମୟରେ ଆଉ ଚାରୋଟି ବନ୍ଧୁକ ମିଳିଥିଲା। ମିଳିଥିବା ସମୁଦାୟ ୭ ବନ୍ଧୁକ ଦେଶୀ ବନ୍ଧୁକ। ଏହି ବନ୍ଧୁକ ଜଙ୍ଗଲ ଜନ୍ତୁ ଶିକାର କରିବାକୁ ବ୍ୟବହାର କରିବା ପାଇଁ ରଖିଥିବା ନେଇ ଜଣାପଡୁଛି। ବାଲିଗୁଡା ଉପଖଣ୍ଡରେ ସମସ୍ତ ଦେଶୀ ବନ୍ଧୁକ ଜବତ କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ କହିଛନ୍ତି।

