କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ବି ଏବଂ ସି ଶ୍ରେଣୀର ଠିକାଦାର ୟୁନିୟନର ଏକ ସାଧାରଣ ବୈଠକ କୋକସରା ବ୍ଳକ କୁସୁମଖୁଣ୍ଟି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ବରିଷ୍ଠ ଠିକାଦାର ବିଜୟ ଯୋଷୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ବୈଠକରେ ବିଭିନ୍ନ ପ୍ରାନ୍ତରୁ ଠିକାଦାର ମାନେ ଯୋଗଦେଇ ଥିଲେ। ୟୁନିୟନର ସଦସ୍ୟମାନଙ୍କ ସମସ୍ୟା, ସେମାନଙ୍କ ସ୍ୱାର୍ଥ ରକ୍ଷା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଠକରେ ବ୍ୟାପକ ଆଲୋଚନା କରାଯାଇଥିଲା। ନିର୍ମାଣ ସାମଗ୍ରୀର ଦରବୃଦ୍ଧି ହେଉଥିବାବେଳେ ଟେଣ୍ଡର ରେଟ୍ କମ୍ ରହୁଥିବାରୁ କାମ କରିବାରେ ଅସୁବିଧା ଏବଂ କାର୍ଯ୍ୟର ମାନ ପ୍ରଭାବିତ ହେଉଥିବା ନେଇ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ଏଥି ସହିତ ୦.୧୦ ସିଡ୍ୟୁଲ ରେଟ୍ ହିସାବରେ ଟେଣ୍ଡର ଭରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ମାନେ ଏଥିରେ ବ୍ୟତିକ୍ରମ କରନ୍ତି ସେମାନଙ୍କ ଉପରେ ସଂଘ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଠିକାଦାର ଅଙ୍କିତ ଅଗ୍ରୱାଲ, ଦଶରଥ ପଟ୍ଟନାୟକ, ଜଶୋବନ୍ତ ସିଂ ନାୟକ, ମାଣିକ୍ୟ ଜ୍ୟୋତି ପଣ୍ଡା, ଅର୍ଜୁନ ପଟ୍ଟନାୟକ, ମୃଣୟତନ୍ତ୍ର ବେହେରା, ସଞ୍ଜୟ କୁମାର ପଣ୍ଡା, ନୂତନ କୁମାର ଯୋଷୀ, ସୋନୁ କୁମାର ଅଗ୍ରୱାଲ, ସଚିନ ଗୁପ୍ତା, ଅରୁଣ ଗୋୟଲ, ସୁଧୀର ଚୌଧୁରୀ, ସୁଶାନ୍ତ କୁମାର ମୁଣ୍ଡ, ରୁପେଶ ଅଗ୍ରୱାଲ, ଧବଲେ ନାଏକ, ରମେଶ ପାଟ୍ଟଯୋଷୀ, ଦିଲିପ କୁମାର ପଣ୍ଡା, ମୁକେଶ ଅଗ୍ରୱାଲ, ସଞ୍ଜିବ କୁମାର ମୁଣ୍ଡ, ଅଙ୍କୁଶ କୁମାର ଅଗ୍ରୱାଲ, ଜିତେନ୍ଦ୍ର ମାଝୀ, ମନୋଜ କୁମାର ବେହେରା, ପ୍ରତାପ କିଶୋର ମୁଣ୍ଡ, ଠଣସୁନ୍ଦର ସାହୁ, ସୁଶାନ୍ତ ବୋଡକିଆ, ତପନ ନାଏକ ସମେତ ବିଭିନ୍ନ ପ୍ରାନ୍ତରୁ ଠିକାଦାର ମାନେ ଯୋଗଦେଇ ଥିଲେ।

