ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ମା’ ମାଟି ମାଉଳି ଯୁବ ଅନୁଷ୍ଠାନ, ଘୁଟ୍ରୁ ନାଗଫେଣି ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ-୨୦୨୬ ର ଫାଇନାଲ ମ୍ୟାଚ୍ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ରେ କୁମଜୋର ଦଳ ଚାମ୍ପିୟନ ହୋଇଥିବାବେଳେ ଚାଚିଗୁଡ଼ା ଦଳ ରନର୍ସଅପ୍ ହୋଇଛି। ଫାଇନାଲ ଖେଳରେ ଜିଲ୍ଲା ପରିଷଦ ସଦସ୍ୟ ଜୋନ୍ ନମ୍ବର-୨ ଦେବପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସର୍ଗିଗୁଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ମନ୍ଦାକିନୀ ଠାକୁର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ। ସେହିପରି ସମ୍ମାନିତ ଅତିଥି ବୈଦ୍ୟନାଥ ଠାକୁର, ଭାସ୍କର ପଟ୍ଟନାୟକ, ଗୋପୀ ମାଝୀ, ବିଷ୍ଣୁ ମାଝୀ, ଶଶି ନାୟକ, ନାଏବସରପଞ୍ଚ ଲାବାନ୍ୟ ବାଣୁଆଁ, ଧନମତି ମାଝୀ, ନୂଆଦେଇ ମାଝୀ, ପ୍ରଭାତି ମାଝୀ, ଖମେଶ୍ୱର ମାଝୀ, ଧନୁର୍ଯ୍ୟ ମାଝୀ, ମନବଧ ମାଝୀ, ସଦା ମାଝୀ, ପବିତ୍ର ନାୟକ, ଧନସାଏ ମାଝୀ, ଜଳ ମାଝୀ, ପୂର୍ବତନ ସମିତି ସଭ୍ୟ ଦେବରାଜ ରାଉତ, ଚିତ୍ରସିଂ ମାଝି ଓ ମାର୍କଣ୍ଡ ସଗଡ଼ିଆ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ହଜାର ହଜାର ଖେଳପ୍ରେମୀଙ୍କ ଭିଡ଼ ଜମିଥିଲା ଏବଂ ସେମାନେ ଖେଳର ଭରପୂର ଆନନ୍ଦ ଉଠାଇଥିଲେ। ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଦଳ କୁମଜୋର କୁ ୧୫ ହଜାର ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍ ଚାଚିଗୁଡା ଦଳକୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।

