ଲାଞ୍ଜିଗଡ ବ୍ଲକ ମୁଣ୍ଡାଗାଁ ରେ ଆମ୍ବେଦକର ଜୟନ୍ତୀ ପାଳିତ 

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟ ରଞ୍ଜନ ପାତ୍ର) : ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଠାରେ ଡକ୍ଟର ବି.ଆର. ଅମ୍ବେଦକର ବ୍ଳକ, ଏବଂ ଅଲ ଓଡ଼ିଶା ସିଡୁଲ କାଷ୍ଟ ଫେଡ଼େରେସନ ମିଳିତ ସହଯୋଗରେ ବୌଦ୍ଧିଶତ୍ଵ ବାବା ସାହେବ ଡ଼.ବି.ଆର ଅମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତି ମହାଆଡମ୍ବର ସହିତ ପାଳନ କରାଯାଇଛି। ପ୍ରଥମେ ଗ୍ରାମରେ ଶୋଭାଯାତ୍ରା କରାଯାଇଥିଲା। ପରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ତଥାଗତ ଗୌତମ ବୁଦ୍ଧ ଏବଂ ବାବାସାହେବ ଡ.ଭିତରାଓଙ୍କ ପୂଜାର୍ଚ୍ଚନା କରାଯାଇ ବୁଦ୍ଧମ ଶରଣମ ଗଛାମୀ ମନ୍ତ୍ରୋଚ୍ଚାରଣ କରି,କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଏଓଏସସିଏଫ୍ ର ରାଜ୍ୟ ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବାବେଳେ, ନିମନ୍ତ୍ରିତ ଅତିଥିଭାବେ ଜିଲ୍ଲା ସଭାପତି ବୂନ୍ଦାବନ ନାଗ, ଜିଲ୍ଲା ସମ୍ପାଦକ ଶତୃଘନ ନାଏକ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ନର୍ଲା ସଭାପତି ରଘୁନାଥ ଦୀପ, ରାମପୁର ବ୍ଳକ ଉପସଭାପତି ବେଣୁଧର ସୁନା, ରାମପୁର ବ୍ଳକ ସାଧାରଣ ସମ୍ପାଦକ ପ୍ରେମ ସାଗର ନାଏକ, କମର୍ଦ୍ଧା ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ, ସମାଜସେବୀ ଅର୍ଜୁନ ବେନୁଆଁ, ଶିକ୍ଷକ ଓ ସମାଜସେବୀ ଲୋକନାଥ ହରିଜନ, ନିର୍ଲା ଉପଦେଷ୍ଟା କମିଟି ସଦସ୍ୟ ଧୀମାନ ଧରମ କୁମାର ତାଣ୍ଡି, ସମାଜସେବୀ, ନକୁଳ ବେନୁଆଁ, ସମାଜସେବୀ କ୍ଷମାସାଗର ସୁନା ମଞ୍ଚାସିନ ଥିଲେ। ଅନ୍ଧବିଶ୍ଵାସ ଓ ପାଖଣ୍ଡବାଦକୁ ଭୁଲି ବାବା ସାହେବ ଦେଇଥିବା ମନ୍ତ୍ର ଶିକ୍ଷିତ ହୁଅ ସଂଘଟିତ ଓ ସଂଘର୍ଷ ହୁଅକୁ ପାଥେୟ କରି ଶିକ୍ଷା ପ୍ରତି ଧ୍ୟାନ ଦେଇ ସମାଜକୁ ଶିକ୍ଷିତ ଓ ସୁଦୃଢ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏପରିପ୍ରେକ୍ଷୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇକୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟି ଶିକ୍ଷକ ଓ ସମାଜସେବୀ ଧୀମାନ ବିଭୂତି ଉଷଣ ତାଣ୍ଡି ପରିଚାଳନା କରିଥିବାବେଳେ ସମସ୍ତ ପଢ଼ାବାସୀ ତନମନ ଓ ଧନ ଦେଇ ସହଯୋଗ କରିଥିଲେ।ଶେଷରେ ଡମସମାଜ ର ସଭାପତି ଅର୍ଜୁନ ବେନୁଆଁ ଧନ୍ୟବାଦ ଅର୍ପଣକରିଥିଲେ ।

Leave a Reply

Your email address will not be published. Required fields are marked *