କଂଗ୍ରେସର ନୂଆ ଟିମ୍: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଭକ୍ତ ଚରଣ ଦାସଙ୍କୁ ଗତ ଫେବୃଆରୀରେ ପିସିସି ସଭାପତି କରାଯିବା ପରେ ଏବେ ଅନ୍ୟ ପଦ ପାଇଁ ଏଆଇସିସି ଅଧିକାରୀ ନିଯୁକ୍ତ କରିଛି। ଦଳ ପକ୍ଷରୁ କୋଷାଧ୍ୟକ୍ଷ, ସମ୍ପାଦକ, ସାଧାରଣ ସମ୍ପାଦକ ଓ ଉପସଭାପତିଙ୍କ ନାଁ ଘୋଷଣା କରିଛି। ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦଳ ଉପସଭାପତି ଦାୟିତ୍ୱ ଦେଇଥିବାବେଳେ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ କୋଷାଧ୍ୟକ୍ଷ ଘୋଷଣା କରିଛି। ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଦେବାଶିଷ ପଟ୍ଟନାୟକ, ସିଏସ ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର ଏବଂ ସସ୍ମିତା ବେହେରାଙ୍କୁ ମଧ୍ୟ ଦଳ ଉପସଭାପତି ପଦ ପ୍ରଦାନ କରିଛି। ସେହିପରି ୧୦ ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୧୨ ଜଣଙ୍କୁ ସମ୍ପାଦକ ଭାବେ ଦଳ ନିଯୁକ୍ତି ଦେଇଛି। ସତ୍ୟଜିତ୍ ଗମାଙ୍ଗଙ୍କୁ ସୋସିଆଲ ମିଡିଆ ଅଧ୍ୟକ୍ଷ କରିଥିବାବେଳେ ସନ୍ତୋଷ ପ୍ରଧାନଙ୍କୁ ଉପାଧ୍ୟକ୍ଷ କରାଯାଇଛି।