ସାମାଜିକ ଗଣମାଧ୍ୟମ ‘ସତ୍ୟର ସ୍ୱର’ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) :   କଳାହାଣ୍ଡି ଜିଲ୍ଲାର ସାମାଜିକ ଗଣମାଧ୍ୟମ ‘ସତ୍ୟର ସ୍ୱର’ର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସ୍ଥାନୀୟ ଆରଏମସି ସଭାଗୃହରେ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଉପଖଣ୍ଡ ପୋଲିସ ଅଧୀକ୍ଷକ ସଞ୍ଜୀବ ମାଝି, ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ଓ ସତ୍ୟର ସ୍ୱରର ସମ୍ପାଦକ ସଂଗ୍ରାମ କେଶରୀ ଦେଓ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେସିଙ୍ଗା କ୍ରାନ୍ତିକ୍ଷେତ୍ର ପ୍ରତିନିଧି ମଧୁସୂଦନ ଠାକୁର, କଳାହାଣ୍ଡି ଜିଲ୍ଲା ବଡ଼ଖବର ପ୍ରତିନିଧି ତାପସ ମହାନ୍ତି ଏବଂ ବଲାଙ୍ଗିର ଜିଲ୍ଲାର ନ୍ୟୁଜ୍–୧୮ ପ୍ରତିନିଧି ସୁରଦାସ ବାଗଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ପରି ପରିବେଶ ର ସୁରକ୍ଷା ପାଇଁ ଗୁର୍ଜିମୁଣ୍ଡା ମାଁ ଯୋଗମାୟା ପୀଠ ର ମୁଖ୍ୟ ମୋତି ବଗର୍ତ୍ତି ଓ ଅଞ୍ଚଳର ବରିଷ୍ଠ ଖେଳ ଶିକ୍ଷକ ନବୀନ ନାୟକ ଙ୍କୁ ସମ୍ମାନିତ କରାଯାଇ ଥିଲା ଏହି ଅବସରରେ ମୁଖ୍ୟବକ୍ତା ଶିକ୍ଷାବିତ ଗୋବିନ୍ଦ ବାଗ ଆଧୁନିକ ଯୁଗରେ ସାମାଜିକ ଗଣମାଧ୍ୟମର ଭୂମିକା, ଦାୟିତ୍ୱବୋଧ ଏବଂ ସମାଜ ଗଠନରେ ଏହାର ଅବଦାନ ସମ୍ପର୍କରେ ବିସ୍ତୃତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ନଳୀନକାନ୍ତ ଦାଶ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଉପସ୍ଥିତ ଅତିଥି, ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ‘ସତ୍ୟର ସ୍ୱର’ ର ଉତ୍ତରୋତ୍ତର ପ୍ରଗତି କାମନା କରିଥିଲେ। ପ୍ରିତେଶ ପଟେଲ, ଧରଣୀ ନାଏକ, ଅନିଲ କୁମାର ନାଗ, ଟିକେ ରାମ ତାଣ୍ଡି, ଜ୍ୟୋତି ରଞ୍ଜନ ମହାରଣା, ମହେଶ ଯାଦବ, ରଶ୍ମି ରଞ୍ଜନ ବିଶି, ଅଲିନ ବିଶି, ପୂର୍ଣ୍ଣ ଚନ୍ଦ୍ର ନାଏକ, ପରମା କରୁଆଁ, ଦୁର୍ଗା ପ୍ରସାଦ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ପ୍ରମୁଖ ଭୂମିକା ରହିଥିଲେ।

Leave a Reply

Your email address will not be published. Required fields are marked *