ଅମାଠ ସ୍ଥିତ ବେହେରା ରାଇସ ମିଲ କୁ ସିଲ୍ କଲା ପ୍ରଶାସନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଜିଲ୍ଲାରେ ରବି ଧାନ ଏବେ ପର୍ଯ୍ୟନ୍ତ ମଣ୍ଡି ରେ ପଡ଼ି ରହିଥିବା ବେଳେ କିଛି ମିଲର୍ସଙ୍କ ଅସହଯୋଗ ଓ ମନମୁଖୀ ପାଇଁ ଅଧିକାଂଶ ଚାଷୀ ନାହିନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। କିଛି ମିଲର୍ସ ମଣ୍ଡି ରୁ ଧାନ ନ ଆଣି ସରକାରୀ ଧାର୍ଯ୍ୟ ଦରରୁ କମ ଟଙ୍କାରେ ଦଲାଲ ଲଗାଇ ସିଧା ସଳଖ ବିନା ଅନୁମତିରେ ଧାନ କିଣି ନିଜ ନିଜ ଗୋଦାମ ରେ ଷ୍ଟକ ରଖିଥିବା ଅନେକ ଅଭିଯୋଗ ମିଳିବା ପରେ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକରେ ଥିବା ବେହେରା ରାଇସ ମିଲ କୁ ସିଲ୍ କରିଛି ପ୍ରଶାସନ।ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ଅବମାନନା କରି ପେଡି ପ୍ରୋକୁମେଣ୍ଟ ପ୍ରକ୍ରିୟା ରେ ଅଂଶଗ୍ରହଣ ନକରି ମନମାନି କରି ପ୍ରକୃତ ଚାଷୀଙ୍କ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ଅନେକ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ କରି ସିଲ୍ କଲା ପ୍ରଶାସନ। ଉକ୍ତ ରାଇସ ମିଲ ର ଅମାଠ ଛକ ଏବଂ ନୁନମାଠ ଟୋଲ ଗେଟ୍ ନିକଟରେ ଥିବା ଦୁଇ ଗୋଦାମ କୁ ସିଲ୍ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ପୋଲିସ ସହାୟତାରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ କେସିଙ୍ଗା ବ୍ଲକ୍ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁ ବେହେରା ରାଇସ ମିଲ କୁ ଯାଇ ତଦନ୍ତ କରି ମଣ୍ଡି ରୁ ଧାନ ଉଠାଣ ରେ ସହଯୋଗ ନ କରି ବେଆଇନ କାମରେ ଲିପ୍ତଥିବା ଦର୍ଶାଇ ଉକ୍ତ ରାଇସ ମିଲ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିଲ୍ କରାଯାଇଥିବା ତହସିଲଦାର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *