ଅମାଠ ଛକଠାରେ ଅଚିହ୍ନା ମୃତଦେହ ଉଦ୍ଧାର, ମୃତଦେହ ପାଖରୁ ମିଳିଛି ଚୋରା ଗଞ୍ଜେଇ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର): ବୋରିଗୁମା- ବରଗଡ଼ ଜାତୀୟ ରାଜପଥ ୨୬ ରେ ଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକ ଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ପଡ଼ିରହି ଥିବା ଖବର ପାଇ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା। ଉକ୍ତ ମୃତଶରୀର ବିଷୟରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର କୁମାର ବିଶ୍ବାଳଙ୍କୁ ପଚାରିବାରୁ ପ୍ରାଥମିକ ତଦନ୍ତ ରୁ ଏହା ଦୁର୍ଘଟନା ଭଳି ଜଣାପଡ଼ୁଛି ତଦନ୍ତ ଆରମ୍ଭ ହୋଇଛି ବର୍ତ୍ତମାନ୍ ମୃତ ଶରୀରକୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ବ୍ୟବଚ୍ଛେଦ କଲା ପରେ ତଥ୍ୟ ମିଳିଲେ ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି । ସେପଟେ ଅମାଠ ଛକରେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି ଲୋକ ଉକ୍ତ ମୃତକଙ୍କୁ ମଡର୍ କରିଥିବା କହୁଥିଲେ ମଧ୍ୟ ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ। ସେପଟେ ମୃତ ଦେହ ପାଖରୁ ପ୍ରାୟ ୬୩ କେଜି ଗଞ୍ଜେଇ ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିବା ପରେ ଏହା ଦୁର୍ଘଟଣା ନୁହେଁ ବରଂ ଏକ ସୁନିୟୋଜିତ ହତ୍ୟାର ସନ୍ଦେହ ହେଉଛି ପୋଲିସ ତଦନ୍ତ ପାଇଁ ମୁଁହ ଖୋଲୁନଥିବା ବେଳେ ପ୍ରକୃତ ସତ୍ୟ ତଦନ୍ତ ପରେ ଜଣାପଡ଼ିବ।ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ କୌଣସି ପରିଚୟ ମିଳି ନ ଥିବା ବେଳେ ପୋଲିସ ମୃତକର ପରିଚୟ ପାଇବା ପାଇଁ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *