ଶିକ୍ଷୟିତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଆଠମଲ୍ଲିକ ଏନ.ଏ.ସି. ଅନ୍ତର୍ଗତ ୭ ନଂ ୱାର୍ଡ ର ଥିବା ପୁଲେଶ୍ୱର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁଳା କୁମାରୀ ଦାସ ଅବସର ଗ୍ରହଣ କରିଥିବାରୁ ସ୍କୁଲ ପରିସରରେ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ର। ଏହି ଉପଲକ୍ଷେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ସି.ଆର.ସି.ସି. ମନୋଜ ପାତ୍ର, ସ୍କୁଲ ପରିଚାଳନା କମିଟି ସଭାପତି ବିଶ୍ୱନାଥ ନାଏକ, ପରିଚାଳନା କମିଟି ସଭ୍ୟ ତଥା କାଉନସିଲର ନୂତନ ବେହେରା, ଶିକ୍ଷୟିତ୍ରୀ ତିଳୋତ୍ତମା ନନ୍ଦ ପ୍ରମୁଖ ଯୋଗଦେଇ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଚାକିରୀ କାର୍ଯ୍ୟକାଳ କୁ ମନେ ପକାଇ ଭାବବିହ୍ୱଳ ହୋଇ ଯାଇଥିଲେ। ଅତିଥି ମାନଙ୍କ ତରଫରୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।  ଅନ୍ୟ ପକ୍ଷରେ ବିଦାୟୀ ଶିକ୍ଷୟିତ୍ରୀ ଶିକ୍ଷକତା ଜୀବନରେ ଛାତ୍ରୀ ଛାତ୍ର ମାନଙ୍କ ଭଲ ପାଇବା ଓ ଭକ୍ତି ଭାବନା କେବେ ଭୁଲି ହେବନାହିଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *