ସଇଁତଳାକୁ ଏନଏସି ମାନ୍ୟତା ଦାବିରେ ଗଣଧାରଣା

ବଲାଙ୍ଗୀର/କ୍ରାନ୍ତିକ୍ଷେତ୍ର (ଚୌଧୀରି ସାହୁ ) : ବଲାଙ୍ଗୀର ଜିଲ୍ଲାର ସଇଁତଳା ଗ୍ରାମ ପଂଚାୟତ କୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି ) ଘୋଷଣା ଦାବିରେ ସଇଁତଳା ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଥାନା ସମ୍ମୁଖରେ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଛି। ଏହି ଧାରଣାକୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ସମର୍ଥନ ଜଣାଇ ମଞ୍ଚରେ ଉପସ୍ଥିତ ଥିଲେ। ଶ୍ରୀଭୋଇ ନିଜ ଅଭିଭାଷଣରେ କହିଛନ୍ତି, “ସଇଁତଳା ଏନଏସି ହେବା ଏଠାକାର ଲୋକଙ୍କ ବହୁ ଦିନର ସ୍ୱପ୍ନ। ମୁଁ ଅନେକ ସମୟରୁ ଏଥି ପାଇଁ ଚେଷ୍ଟା କରି ଆସୁଛି। ସରପଞ୍ଚ ଶ୍ରୀ ନାଗଙ୍କ ଏ ଦାବି ସମ୍ପୂର୍ଣ୍ଣ ନ୍ୟାଯ୍ୟ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଉଚିତ। ସରପଞ୍ଚ ପକ୍ଷରୁ କୁହାଯାଇଛି ଯେ, ସଇଁତଳା ବଲାଙ୍ଗୀର ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର,ଏନ. ଏଚ. ୨୬ ରାସ୍ତା ଗ୍ରାମ ମଝିରେ ଯାଇଛି ହେଲେ ଏନଏସି ନ ଥିବାରୁ ବିକାଶ ରୁକି ଯାଇଛି। ଏନେଇ ସେମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଗଣଧାରଣାରେ ସଇଁତଳା ଗ୍ରାମ ପଂଚାୟତ ର ମାନ୍ୟଗୁନ୍ୟ ବ୍ୟକ୍ତି ବିଶେଷ ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *