ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ସିଲ୍ ହେଲା ମେଡିକାଲ

ବ୍ରହ୍ମପୁର /କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ)  ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟ ଦି ମୁନ୍‌ ହସ୍ପିଟାଲ ନାମରେ ସାଂଘାତିକ ଅଭିଯୋଗ । ହସ୍ପିଟାଲ ସିଲ୍‌ କଲା ପ୍ରଶାସନ । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ପରେ ମୃତକଙ୍କ ପରିବାର ଓ ସମ୍ପର୍କୀୟ ଶବ ଧରି ମୁନ୍‌ ହସ୍ପିଟାଲ ଆଗରେ ଧାରଣା ଦେଇଥିଲେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜରଡ଼ା ଥାନା ତୁମ୍ବାଗଡ଼ ଗ୍ରାମର ବିଜୟ ପ୍ରଧାନ ଗତ ଦୁଇଦିନ ତଳେ ଦୁର୍ଘଟଣାରେ ଆହତ ହୋଇଥିଲେ । ଜଣେ ବ୍ୟକ୍ତି ଦି ମୁନ୍‌ ହସ୍ପିଟାଲର କର୍ମଚାରୀ ଦର୍ଶ।ଇ ସେହି ହସ୍ପିଟାଲ୍‌କୁ ନେଇଥିଲେ । ସେଠାରେ ରାତିରେ ଅସ୍ତ୍ରୋପଚାର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହେଲା । କିନ୍ତୁ ଡାକ୍ତର ଅସ୍ତ୍ରୋପଚାର କରିବା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା । ଏହାପରେ ଦି ମୁନ୍ ମେଡିକାଲ କର୍ତ୍ତୃପକ୍ଷ ସେଠାରେ ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ ନିଜେ ଏକ ଆମ୍ବୁଲାନ୍ସରେ MKCG ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୁନ୍‌ ହସ୍ପିଟାଲର ଅବହେଳା ଯୋଗୁଁ ବିଜୟଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ୨୦ ଲକ୍ଷ ଟଙ୍କା ସହ ମେଡିକାଲର ଲାଇସେନ୍ସ ରଦ୍ଧ ପାଇଁ ଦାବି କରିଛନ୍ତି ମୃତ ବିଜୟଙ୍କ ପରିବାର ଲୋକେ ।

 

Leave a Reply

Your email address will not be published. Required fields are marked *