ଆଠମଲ୍ଲିକ/କ୍ରାନ୍ତିକ୍ଷେତ୍ର (ଜ୍ୟୋତିପ୍ରକାଶ ମିଶ୍ର) : ଏନଏସି ତରଫରୁ କଲେଜ ରୋଡ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟ ସରକାରଙ୍କ ର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା ରାଜ୍ୟ ସାରା କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ସ୍ତରୀୟ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ ଅତିଥି ଭାବରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନଗର ପ୍ରତିନିଧି ସନ୍ତୋଷ କୁମାର ହୋତା ଏନଏସି ଅଧ୍ୟକ୍ଷା ଆଶା କୁମାରୀ ସାହୁ, କାଉନସିଲର ନୂତନ ବେହେରା, ଇବ୍ରାହିମ ଖାଁ, ସିଲି ମୁଣ୍ଡା, ପ୍ରୀତି ନାଏକ, ମଞ୍ଜରୀ ଦନ୍ତା ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ର ବିଭିନ୍ନ ଜନ କଲ୍ୟାଣ କାରି ଯୋଜନା ଉପରେ ଆଲୋକ ପାତ କରିଥିଲେ। ଏହି ଅବସରରେ ନୂତନ ହିତାଧିକାରୀ ଭତ୍ତା, ପରିବାର ମଙ୍ଗଳ ଯୋଜନା, ଓ ନୂତନ ରାସନ କାର୍ଡ ବଣ୍ଟନ କରା ଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ରେ ସହକାରୀ ଯନ୍ତ୍ରୀ ସୋମି ଲତା ପ୍ରଧାନ, ସିଇଓ ସଙ୍ଗୀତା ମହାପାତ୍ର, ଡ଼ିଏମଏମ ସୀମା ପ୍ରଧାନ, ଅବିନାଶ ମିଶ୍ର, ଉମାକାନ୍ତ ଦାଶ, ରମାକାନ୍ତ ବିଶ୍ୱାଳ, ବିଶ୍ୱ ରଞ୍ଜନ ଭୁକ୍ତା, ନିର୍ମଳ ବେହେରାଙ୍କ ସମେତ ପୌର କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଉମାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

