ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ ହେଲା ରଣେସ୍ୱରି ରାମଚଣ୍ଡୀ ବିଦ୍ୟାଳୟ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କିନେରକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ କ୍ରମାଗତ ଭାବରେ ଦ୍ୱିତୀୟ ଥର ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଗତ ୦୬/୦୬/୨୬ ତାରିଖରେ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ କିନେରକେଲା ବିଦ୍ୟାଳୟକୁ ଚଳିତ ବର୍ଷ ର ପ୍ରକୃତି ବନ୍ଧୁ ଭାବରେ ମନୋନୀତ କରି ୧୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ମିଶ୍ର ଙ୍କ ଅନେକ ପରିଶ୍ରମ ବଳରେ ବିଦ୍ୟାଳୟ ପରିସର ଏବଂ ଆଖପାଖ ଅଞ୍ଚଳ ର ବିଭିନ୍ନ ଗଛଲତା ସହ ସୌନ୍ଦର୍ଜିକରଣ କରାଯାଇଅଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏହି ପ୍ରକୃତି ଉପରେ ପ୍ରେମ ଏବଂ ତାଙ୍କ ବୃକ୍ଷ ଲଗାଇବା ନିଶା କୁ ଦେଖି ଜନସାଧାରଣରେ ଅନେକ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *