ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ଦେଶୀ ମଦ କାରବାର କରୁଥିବା ଦାରିଙ୍ଗବାଡ଼ି ବସ ଷ୍ଟାଣ୍ଡ ଅଞ୍ଚଳରୁ ଦୁଇ ଜଣ ମହିଳାଙ୍କ ଘରୁ ୫୫ଲିଟର ଦେଶୀ ମହୁଲି ମଦ ଜବତ ସହିତ ୩୦୦ ଲିଟର ଦେଶୀ ମଦ ପୋଚ ନଷ୍ଟ କରି ଦୁଇ ଜଣଙ୍କ ଠାରୁ ଗୋଟିଏ ସ୍କୁଟି ଗୋଟିଏ , ଆପାଚେ ବାଇକ ୨ଟି ଦାମୀ ମୋବାଇଲ ଜବତ କରିଛି ଦାରିଙ୍ଗବାଡ଼ି ପୋଲିସ । ମିଳିଥିବା ସୂଚନା ପ୍ରକାରେ ବସ ଷ୍ଟାଣ୍ଡ ଅଞ୍ଚଳରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଦାରିଙ୍ଗ ବାଡ଼ି ପୋଲିସ ପାଖରେ ସୂଚନା ମିଳିବା ପରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଗତକାଲି ରାତିରେ ସଦଳବଳେ ବସ ଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ସେହି ଅଞ୍ଚଳର ଦୁଇ ମହିଳା ଜଣେ ସଞ୍ଜୁ ନାୟକ ଙ୍କ ଘରୁ ୩୦ଲିଟର ଦେଶୀ ମହୁଲି ମଦ ଜବତ ସହ ଗୋଟିଏ ସ୍କୁଟି ଗୋଟିଏ ମୋବାଇଲ ଓ ୩୦୦ ଲିଟର ମହୁଲି ପୋଚକୁ ନଷ୍ଟ କରିଥିବା ବେଳେ ସେହି ସାହିର ସୁନମା ନାୟକଙ୍କ ଘରୁ ୨୫ ଲିଟର ଦେଶୀ ମହୁଲି ମଦ ଜବତ ସହିତ ଗୋଟିଏ ବାଇକ ଗୋଟିଏ ମୋବାଇଲ ଜବତ କରିଛନ୍ତି । ଏନେଇ ଦାରିଙ୍ଗବାଡ଼ି ଥାନାରେ କେଶ ନମ୍ବର ୧୬୦ ଓ ୧୬୧ ରେ ଦୁଇଟି ମାମଲା ରୁଜୁ କରାଯାଇ ଦୁଇ ମହିଳାଙ୍କୁ ନୋଟିସ ଦିଆଯାଇ ଥିବା ନେଇ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି।

