ପାପଡାହାଣ୍ଡି/ କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ହେଉନାହିଁ। ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।ବହୁ ଦିନୁ ଦାବି ହୋଇ ଆସୁଥିଲେ ଶୁଦ୍ଧା ଏପର୍ଯ୍ୟନ୍ତ ଅଗ୍ନିଶମ କେନ୍ଦ୍ର ଟିଏ ହୋଇପାରୁନାହିଁ। ଏଠାରେ ପୋଲିସ ଥାନା ଠୁ ଆରମ୍ଭକରି ହସ୍ପିଟାଲ, ସ୍କୁଲ କଲେଜ , ମୁଖ୍ୟବଜାର ଓ ଛୋଟବଡ ସରକାରୀ କାର୍ଯ୍ୟାଳୟ ରହିଛି। ମଇଦଲପୁର ଠାରେ ଅଗ୍ନିଶମ କେନ୍ଦ୍ରର ଆବଶ୍ୟକତା ରହିଛି। ମଇଦଲପୁର ଅଞ୍ଚଳରେ ବିଦ୍ଯୁତର ବ୍ୟବହାର ବହୁଳ ମାତ୍ରାରେ ହେଉଥିବା ସଟସର୍କିଟ କାରଣରୁ ନିଆଁ ଲାଗି କେତେବେଳେ ଜୀବନ ନଷ୍ଟ ହବ କହିହୋବ ନାହିଁ। ନିଆଁରେ ବିପନ୍ନମାନଙ୍କୁ ଉଦ୍ଧାର କରିବା ପାଇଁ ମଇଦଲପୁର ରୁ ୧୮ କିମି ଦୂରରେ ଥିବା ପାପଡ଼ାହାଣ୍ଡି ସ୍ଥିତ ତଣ୍ଡାଗୁଡା ଫାୟାର ଷ୍ଟେସନକୁ ଯୋଗାଯୋଗ କରିବାକୁ ପଡୁଛି। ଯଦି ତଣ୍ଡାଗୁଡା ଫାୟାର ଷ୍ଟେସନକୁ ଭରଷା କରାଯାଏ ତାହାହେଲେ ନିଆଁ କୁ ଗ୍ରାସ କରିଥିବା ବିପନ୍ନଙ୍କୁ ଉଦ୍ଧାର ପାଇଁ ଫାୟାର ଷ୍ଟାଫ ଆସିଲାବେଳକୁ ସବୁକିଛି ଛାରଖାର ହୋଇଯାଇଥିବ। ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର ଫାୟାରମ୍ୟାନ ପହଞ୍ଚିବାକୁ ଲମ୍ବା ଦୂରତା ହେଉଛି। ମଇଦଲପୁର ଚାରିପାଖରେ ଥିବା ମାଝୀଗୁଡା, ସାନବାର୍ଲି, କଣ୍ଟାମାଳ, ଗାଦବାକତ୍ରା, ଚନ୍ଦ୍ରପୁର, ନୁଆକୋଟ, ସେମଲା ଓ ଝରିଗାଁ ବ୍ଲକ ର ଟେମରା ଗ୍ରାମପଞ୍ଚାୟତ ରହିଛି। ଉକ୍ତ ପଞ୍ଚାୟତ ଗୁଡିକରେ ବହୁ ଗ୍ରାମ ରହିଛି। ସାନବାର୍ଲି ପଂଚାୟତ ବ୍ଲକ ଅଫିସ ତଥା ଅଗ୍ନିଶମ କେନ୍ଦ୍ର ରୁ ପ୍ରାୟ ୩୦ କିମି ପଡ଼ିବ। ଯାହା ପୁଣି ଜଂଗଲୀ ରାସ୍ତା ଅନେକ ରହିଛି । ଗ୍ରୀଷ୍ମକାଳ ରେ ଗ୍ରାମଗୁଡିକରେ ଥିବା ଜଙ୍ଗଲରେ ନିଆଁ ଲାଗିଥାଏ। ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଏତିକିବେଳେ ଅଗ୍ନିଶମ ବିଭାଗର ଆବଶ୍ୟକତା ରହିଥାଏ। ପାପଡାହାଣ୍ଡି ସ୍ଥିତ ତଣ୍ଡାଗୁଡା ରୁ ଅଗ୍ନିଶମ ବିଭାଗର ଫାୟାର ଷ୍ଟାଫ ଆସିବାକୁ ସମୟ ଅଧିକ ହୋଇଥାଏ। ତେବେ ମଇଦଲପୁର ଅଞ୍ଚଳର ନିଆଁ ଦାଉରୁ ସୁରକ୍ଷା ସାଙ୍ଗକୁ ଚାରିଆଡେ ଥିବା ଗ୍ରାମାଞ୍ଚଳକୁ ନିଆଁ ଓ ଅନ୍ୟାନ୍ୟ ବିପତ୍ତିରୁ ଉଦ୍ଧାର କରିବାରେ ସହଜସାଧ୍ୟ ସହାୟକ ହେବା ପାଇଁ ମଇଦଲପୁର ଠାରେ ଗୋଟିଏ ଅଗ୍ନିଶମ କାର୍ଯ୍ୟାଳୟ ଖୋଲିବାକୁ ଦୀର୍ଘବର୍ଷରୁ ଜନସାଧାରଣ ଦାବି କରିଆସୁଛନ୍ତି। ଅଗ୍ନିଶମ କେନ୍ଦ୍ର ଖୋଲିବାକୁ ବହୁ ଥର ଦାବିପତ୍ର ଜଣାଇଥିଲେ ମଧ୍ୟ ତାହା ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ମଇଦଲପୁର ଠାରେ ଫାୟାର ଷ୍ଟେସନ ସ୍ଥାପନ ନେଇ ଅଞ୍ଚଳର ଜନସାଧାରଣ ଙ୍କ ପକ୍ଷରୁ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀଦିନରେ ମଇଦଲପୁର ଠାରେ ଏକ ଫାୟାର ଷ୍ଟେସନ ସ୍ଥାପନ କରାଯାଉ ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତି ବିଶେଷ ମହଲରେ ଦାବି ହେଉଛି। ଦୁଃଖର ବିଷୟ ବିଭିନ୍ନ ମହଲରେ ଦାବି ହେଉଥିଲେ ହେଁ ଜନପ୍ରତିନିଧି ତଥା ରାଜନେତା ଙ୍କ ମନବଳ ଦୁର୍ବଳତା ପାଇ ଆଶା ଆଶାରେ ରହୁଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।