“ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ଶ୍ରୀ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ, ମାଉସୀମା ଛକଠାରେ ଦେବୟୁଗ ପରିବାର ପକ୍ଷରୁ ସଂସ୍ଥାପକ ଓ ଅଧ୍ୟକ୍ଷ ଦେବବ୍ରତ ନାୟକଙ୍କ ନେତୃତ୍ୱରେ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬” ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଗରିମାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ଚନ୍ଦନ ସେବା, ପୁଷ୍ପ ସେବା, ମହାପ୍ରସାଦ ସେବନ ଓ ଭବ୍ୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଓଡ଼ିଶାର ବିଶିଷ୍ଟ ଭଜନ ଗାୟକ ଓ କଳାକାରମାନଙ୍କ ଭକ୍ତିମୟ ପରିବେଷଣରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଆବେଶରେ ମୁଖରିତ ହୋଇଉଠିଥିଲା। ଏହି ମହୋତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବ୍ରହ୍ମପୁର ଲୋକସଭା ସାଂସଦ ପ୍ରଦୀପ ପାଣିଗ୍ରାହୀ, ଏକାମ୍ର ବିଧାୟକ ବାବୁ ସିଂହ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମାଲକାନଗିରିର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି, କାପୋଚର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ବିଜେପି ନେତା ଓ ସମାଜସେବୀ ଜଗନ୍ନାଥ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ତଥା ବିଶିଷ୍ଟ ସମାଜସେବୀ ଲୁଲୁ ବଡଜେନା ଏବଂ ପୂର୍ବତନ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ସମାଜସେବୀମାନେ ଯୋଗଦେଇ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ। ଅତିଥିମାନେ ଦେବୟୁଗ ପରିବାରର ଏହି ପ୍ରୟାସକୁ ଓଡ଼ିଶାର ଧାର୍ମିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ଓ ସାମାଜିକ ଏକତାକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଦେବବ୍ରତ ନାୟକ ସମସ୍ତ ଅତିଥି, କଳାକାର, ସ୍ୱେଚ୍ଛାସେବୀ, ସହଯୋଗୀ, ଗଣମାଧ୍ୟମ ପ୍ରତିନିଧି ଓ ଭକ୍ତବୃନ୍ଦଙ୍କୁ କୃତଜ୍ଞତା ଜଣାଇ କହିଥିଲେ ଯେ, ଦେଵୟୁଗ ପରିବାର ଆଗାମୀ ଦିନରେ ମଧ୍ୟ ମାନବସେବା, ସଂସ୍କୃତି, ଆଧ୍ୟାତ୍ମିକତା ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଏଭଳି ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ଆୟୋଜନ କରିଚାଲିବ। ଭକ୍ତି, ସେବା ଓ ସଂସ୍କୃତିର ଏହି ମହାମିଳନ “ଏକାମ୍ର କ୍ଷେତ୍ର ଚନ୍ଦନ ଉତ୍ସବ–୨୦୨୬”କୁ ରାଜଧାନୀର ଏକ ସ୍ମରଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହୋତ୍ସବରେ ପରିଣତ କରିଥିଲା।

Leave a Reply

Your email address will not be published. Required fields are marked *