ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ପ୍ରବଳ ବର୍ଷାକୁ ଖାତିର ନକରି ନିଜର ହକ୍ ପାଇଁ ରାଜଧାନୀର ରାଜପଥକୁ ଓହ୍ଲାଇଛନ୍ତି ଶତାଧିକ ସ୍ୱାସ୍ଥ୍ୟମିତ୍ର କର୍ମଚାରୀ। ଆଜି ‘ଅଲ ଓଡ଼ିଶା ସ୍ୱାସ୍ଥ୍ୟମିତ୍ର ଆସୋସିଏସନ୍’ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିଠାରେ ଧାରଣା ଦିଆଯାଇଛି। ନିଜର ଦାବି ନେଇ ସ୍ୱାସ୍ଥ୍ୟମିତ୍ରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଫଳରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି। ବର୍ଷା ସତ୍ତ୍ୱେ କର୍ମଚାରୀମାନେ ପଛକୁ ହଟି ନଥିଲେ। ନିଜର ଦାବି ଜଣାଇବା ପାଇଁ ଅନେକ ମହିଳା କର୍ମଚାରୀ କୋଳରେ ଛୋଟ ପିଲାଙ୍କୁ ଧରି ବର୍ଷାରେ ଭିଜି ଭିଜି ପ୍ରତିବାଦ ଜାରି ରଖିଛନ୍ତି। ସରକାରଙ୍କ ନିକଟରରେ ୩ଟି ମୁଖ୍ୟ ଦାବି କରିଛନ୍ତି।

