ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ 

ଭୁବନେଶ୍ୱର/କ୍ରାନ୍ତିକ୍ଷେତ୍ର : ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ଅସାଧାରଣ ସତର୍କତା ଏବଂ ନିଷ୍ଠା ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ତୁରେକେଲା ରୋଡର ଟ୍ରାକ୍ ମେଣ୍ଟେନର୍-୪ ରାମଦେବ ମଣ୍ଡଳଙ୍କୁ ‘ସୁରକ୍ଷା ପୁରସ୍କାର’ ରେ ସମ୍ମାନିତ କରାଯାଇଛି। ଗତ ୨୫ ମେ ୨୦୨୬ ଗ୍ରୀଷ୍ମକାଳୀନ ପାଟ୍ରୋଲିଂ କାର୍ଯ୍ୟ କରୁଥିବା ସମୟରେ, ଶ୍ରୀ ମଣ୍ଡଳ ତୁରେକେଲା ରୋଡ୍ ୟାର୍ଡର ଡାଉନ୍ ଲାଇନରେ କିଲୋମିଟର ୧୫୪/୩୦-୩୨ ଠାରେ ଏସଇଜେ ଟଙ୍ଗ୍ ରେଳରେ ଏକ ଫାଟ ଥିବା ଚିହ୍ନଟ କରିଥିଲେ। ସେ ସଙ୍ଗେ ସଙ୍ଗେ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଗ୍ରହଣ କରି ଟ୍ରେନ୍ ନମ୍ବର ୫୮୫୨୮ ବିଶାଖାପାଟଣା-ରାୟପୁର ପାସେଞ୍ଜରକୁ ଅଟକାଇଥିଲେ ଏବଂ ଠିକ୍ ସମୟରେ ନିଜ ସୁପରଭାଇଜରଙ୍କୁ ସୂଚନା ଦେଇଥିଲେ, ଯାହା ଫଳରେ ଏକ ସମ୍ଭାବ୍ୟ ସୁରକ୍ଷା ବିପଦକୁ ଟାଳିବାରେ ସଫଳ ହୋଇଥିଲେ। ପୂର୍ବତଟ ରେଳପଥ ତାଙ୍କର ଏହି ସତର୍କତା ଏବଂ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରୁଛି, ଯାହା ସୁରକ୍ଷିତ ରେଳ ଚଳାଚଳ ସୁନିଶ୍ଚିତ କରିବା ଦିଗରେ ରେଳ କର୍ମଚାରୀଙ୍କ ଦୃଢ଼ ସୁରକ୍ଷା ନିୟମର ଅନୁପାଳନ ଏବଂ ନିଷ୍ଠାକୁ ପ୍ରତିଫଳିତ କରେ।

Leave a Reply

Your email address will not be published. Required fields are marked *